ୱାଶିଂଟନ: ଆମେରିକାର ଆଲାସ୍କାଠାରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଆମେରିକା ସ୍ଥଳସେନାର ୧୧ତମ ଏୟାରବୋର୍ନ ଡିଭିଜନ ଓ ଭାରତୀୟ ସ୍ଥଳସେନାର ୬୫ତମ ଇନ୍ଫାଣ୍ଟ୍ରି ବ୍ରିଗେଡ ସାମିଲ ଥିବା ପ୍ରକାଶ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ମିଳିତ ସମରାଭ୍ୟାସ ଆସନ୍ତା ୧୪ ପର୍ଯ୍ୟନ୍ତ ଚାଲିବ। ପାର୍ବତ୍ୟାଞ୍ଚଳ ଯୁଦ୍ଧ, ହେଲିକପ୍ଟର ଏବଂ ଡ୍ରୋନ ଯୁଦ୍ଧ କୌଶଳରେ ଅଭିଜ୍ଞତା ହାସଲ କରିବାକୁ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି ବୋଲି ଆମେରିକାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ୟୁଏସ ଆର୍ମି ପ୍ୟାସିଫିକ କମାଣ୍ଡ ଦ୍ବାରା ପ୍ରାୟୋଜିତ ଏହି ସମରାଭ୍ୟାସକୁ ‘ଯୁଦ୍ଧ ଅଭ୍ୟାସ-୨୦୨୫’ ଭାବେ ନାମିତ କରାଯାଇଛି।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



