www.samajalive.in
Wednesday, December 10, 2025
23.1 C
Bhubaneswar

ଜାଲ ଭୋଟର ପରିଚୟ ପତ୍ର; ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ବିକାଶ ତ୍ରିପାଠୀ ନାମକ ଜଣେ ଓକିଲ ସୋନିଆଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ରୁୁଜୁ ମାମଲାରେ ଅଭିଯୋଗ କରାଯାଇଛି ଯେ ସୋନିଆ ଗାନ୍ଧୀ ଭାରତର ନାଗରିକତା ଗ୍ରହଣ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିଥିଲେ। ୧୯୮୩ ଏପ୍ରିଲରେ ସୋନିଆଙ୍କୁ ଭାରତର ନାଗରିକତ୍ବ ମିଳିଥିଲା। ମାତ୍ର ଏହାର ୨ ବର୍ଷ ପୂର୍ବରୁ ସେ ଭାରତର ଭୋଟର ଭାବେ ନିଜକୁ ପଞ୍ଜିକୃତ କରାଇଥିଲେ। ବିକାଶ ତାଙ୍କ ପିଟିସନରେ ଏହି ଘଟଣାର ତଦନ୍ତ ପାଇଁ ଅଦାଲତଙ୍କୁ ନିବେଦନ କରିଛନ୍ତି। ଅତିରିକ୍ତ ମୁଖ୍ୟ ଦୌରାଜଜ୍ ବୈଭବ ଚୌରାସିଆ ଅଭିଯୋଗକାରୀଙ୍କ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ଶୁଣାଣି ସେପ୍ଟେମ୍ବର ୧୦ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ସୋନିଆ ୧୯୮୩ ଏପ୍ରିଲ ୩୦ରେ ଭାରତର ନାଗରିକତ୍ବ ପାଇଥିଲେ। ମାତ୍ର ୧୯୮୧-୮୨ରେ ତାଙ୍କ ନାମ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରେ ପଞ୍ଜିକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ସୋନିଆଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଥିଲା। ଶାସକ ବିଜେପି ବିରୋଧରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ଆରୋପ ଲଗାଇଥିବାବେଳେ ବିଜେପି ଏବେ ସୋନିଆଙ୍କ ବିରୋଧରେ ଏପରି ଆରୋପ ଲଗାଇବା ପୂର୍ବକ ନୂଆ ରଣନୀତି ପ୍ରସ୍ତୁତ କରିଛି।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

- Advertisement -

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories