ପାଟନା : ପାଟନାର ପରସା ବଜାର ଥାନା ଅଞ୍ଚଳରେ କାର୍-ଟ୍ରକ ଖୁବ୍ ଜୋର୍ରେ ଧକ୍କା ହୋଇ ୫ ଜଣଙ୍କ ଜୀବନ ଚାଲି ଯାଇଛି। ସମସ୍ତ ମୃତକ ପାଟନା କୁର୍ଜୀ, ଗୋପାଳପୁର ଓ ପଟେଲ ନଗର ଅଞ୍ଚଳର। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଥିବା କାର୍ଟି ସାମ୍ନାରେ ଯାଉଥିବା ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ଖୁବ୍ ଜୋରରେ ହୋଇଥିବାରୁ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କଟର ଦ୍ୱାରା କାର୍ଟିକୁ କଟା ଯାଇ ମୃତଦେହକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ସମସ୍ତ ମୃତକ ବ୍ୟବସାୟୀ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଏଥର ପିତୃପକ୍ଷରେ ଗଜକେସରୀ ଯୋଗ : ଏହି ରାଶିଙ୍କ ଜୀବନରେ ଘଟିବ କି କି ପରିବର୍ତ୍ତନ, ହଠାତ୍ ହେବେ ଧନୀ..
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



