ଏ ଦୃଶ୍ୟ ହେଉଛି ଚୀନର ରାଜଧାନୀ ବେଞ୍ଜିଂର । ଯେଉଁଠାରେ ଚୀନ ନିଜର ସ୍ୱାଧୀନତା ଦିବସ ପାଳନ କରିଥିଲା । ଏଠାରେ ଅତିଥି ଭାବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ । ଏହି ଭବ୍ୟ ପରେଡ ପରେ ପୁଟିନ୍ ଓ କିମ୍ ଜୋଙ୍ଗ ଉନ୍ଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଦୁଇ ପ୍ରମୁଖ ନେତା ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହା ପରେ କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଥିଲା ଯାହାକି ଉପସ୍ଥିତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଆଲୋଚନା ପରେ ଯେତେବେଳେ ପୁଟିନ ଓ କିମ୍ ଜୋଙ୍ଗ ସେଠାରୁ ଉଠି ପଳାଇଥିଲେ । ସାଙ୍ଗେ ସାଙ୍ଗେ କିମ୍ ଜୋଙ୍ଗଙ୍କ ଷ୍ଟାଫ୍ ଚୌକି ନିକଟକୁ ଧାଇଁ ଯାଇଥିଲେ । ତାଙ୍କ ହାତରେ ଏକ ଖାସ୍ କପଡା ଓ ସ୍ପ୍ରେ ରହିଥିଲା । ଯାହାକୁ ନେଇ ସେ କିମ୍ ଜୋଙ୍ଗ ବସିଥିବା ଚୌକିକୁ ସଫା କରିବାରେ ଲାଗିଥିଲେ । ଚୌକିକୁ ରଗଡି ରଗଡି ସଫା କରିଥିଲେ ତାଙ୍କର ଷ୍ଟାପ୍ । ଯାହାକୁ ଦେଖି ଅନେକ ପଚାରିଥିଲେ ଯେ ଯଦି ଚୌକି ଅପରିସ୍କାର ହୋଇଥିଲା ତେବେ ବସିବା ପୂର୍ବରୁ ସଫା କରାଯିବା କଥା । ତେବେ ପ୍ରଶ୍ନ ଅପରିସ୍କାର ହେବାର ନୁହେଁ ବରଂ କିମ୍ ଜୋଙ୍ଗଙ୍କ ଆଙ୍ଗୁଠି ଚିହ୍ନର ହୋଇଥିଲା । ଯାହାକୁ ତାଙ୍କ ଷ୍ଟାପ୍ ସଫା କରିବାରେ ଲାଗିଥିଲେ । ଚୌକିରେ କିମ୍ ଜୋଙ୍ଗଙ୍କ କିଛି ବି ଚିହ୍ନ ବହ୍ନ ରଖିବାକୁ ଚାହୁଁନଥିଲେ ତାଙ୍କ ଷ୍ଟାପ୍ । ଏହାର କିଛି ସମୟରେ ଆଉ ଜଣେ ଷ୍ଟାପ୍ କିମ୍ ଜୋଙ୍ଗ ପିଇଥିବା ଗ୍ଲାସକୁ ନେଇ ସଫା କରିବାରେ ଲାଗିଥିଲେ । ଯାହାର ଫଟୋ ଖୁବ ଭାଇରାଲ ହେଉଛି ।
ମିଳିଥିବା ସୂଚନା ଅନୁସାରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଷ୍ଟାପ୍ ଯେପରି ତାଙ୍କର ମଳମୂତ୍ରକୁ ମଧ୍ୟ ଆଣିବା ପାଇଁ ସର୍ବଦା ଏକ ସ୍ପେଶାଲ ପ୍ୟାକେଟ ସାଙ୍ଗରେ ନେଇ ଯାଇଥାନ୍ତି, କୌଣସି ଅନ୍ୟ ଦେଶରେ ଏହାକୁ ଛାଡନ୍ତି ନାହିଁ, କାରଣ ଏଥିରୁ ତାଙ୍କୁ କେଉଁ ରୋଗ ହୋଇଛି ତାହା ଯେପରି ଜଣାନପଡେ । ଠିକ୍ ସେହିପରି କିମ୍ ଜୋଙ୍ଗଙ୍କ ଷ୍ଟାପ୍ ମଧ୍ୟ ସେପରି କରିଛନ୍ତି । ଯେଉଁଠିକୁ ବି କିମ୍ ଜୋଙ୍ଗ ଯାତ୍ରା କରିଥାନ୍ତି, କିମ୍ବା ବୈଠକରେ ସାମିଲ ହୋଇଥାନ୍ତି, ସେଠାରୁ ତାଙ୍କ ଷ୍ଟାପ୍ ସବୁ ଫିଙ୍ଗର ପ୍ରିଣ୍ଟ ହଟାଇ ଦେଇଥାନ୍ତି, ଯାହାର ଦ୍ୱାରା କୌଣସି ବିପଦ ଯେପରି ନଆସେ ।
ଏହି କାରଣ ହେଉଛି ଯେଉଁଠି ଚୀନକୁ ସବୁ ଦେଶର ପ୍ରଧାନମନ୍ତ୍ରୀ ଫ୍ଲାଇଟରେ ଯାଉଥିବା ବେଳେ କିମ୍ ଜୋଙ୍ଗ୍ କିନ୍ତୁ ନିଜର ସ୍ପେଶାଲ ଟ୍ରେନ ଯୋଗେ ଚୀନରେ ପହଞ୍ଚିଥିଲେ । ଚୀନ ସୀମାରେ ପ୍ରବେଶ କରିବା ମାତ୍ରେ ତାଙ୍କ ଟ୍ରେନର ଇଞ୍ଜନ ବଦଳା ଯାଇଥିଲା । ଯାହାର ସ୍ପିଡ୍ ଥିଲା ଘଣ୍ଟା ପ୍ରତି ୮୦କିଲୋମିଟର । ଏହି ଟ୍ରେନରେ କିମ୍ ଜୋଙ୍ଗଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଟ୍ରେନଟି ସମ୍ପୂର୍ଣ୍ଣ ଭାବରେ ବୁଲେଟପ୍ରୁପ୍ ହୋଇଥିବା ବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି ।



