www.samajalive.in
Saturday, December 6, 2025
26.1 C
Bhubaneswar

ଗଣଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁର ଗିରଫ      

ସମାଜ ଡିଜିଟାଲ ଡେସ୍କ: ଉତ୍ତର ଦିଲ୍ଲୀ ସିଭିଲ ଲାଇନ ଅଞ୍ଚଳରେ ଏକ ପାର୍ଟିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁରଙ୍କୁ ପୁଲିସ ଗିରଫ କରିଛି। ଆଶିଷଙ୍କୁ ପୁଣେରୁ ଗିରଫ କରାଯାଇଥିବା ଡିସିପି ରାଜା ବାନ୍ଥିଆ କହିଛନ୍ତି।

୨୪ ବର୍ଷୀୟା ପୀଡ଼ିତା ଅଭିଯୋଗ କରିଥିଲେ ଯେ, ସେ ପଞ୍ଜାବୀ ବାଗରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟରେ ଏକ ପାର୍ଟିରେ ସେ ଯୋଗଦେଇଥିଲେ। ତାଙ୍କର ଜଣେ ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ସେ ଯାଇଥିଲେ। ସେଠାରେ ଆଶିଷଙ୍କ ସମେତ ଅନ୍ୟ କେତେଜଣ ଯୁବକ ତାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ପାର୍ଟିରେ ତାଙ୍କ ବନ୍ଧୁ ଏବଂ ଜଣେ ମହିଳାଙ୍କ ସମେତ ୫ ଜଣ ଥିଲେ। ତାଙ୍କ ମୃଦୁ ପାନୀୟରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏପରି ତାଙ୍କୁ ମାଡ଼ ମରାଯିବା ସହିତ ଭିଡିଓ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏ ନେଇ ଗତ ଅଗଷ୍ଟ ୧୧ରେ ଏକ ମାମଲା ରୁଜୁ ହୋଇଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories