www.samajalive.in
Saturday, December 13, 2025
27.1 C
Bhubaneswar

ଖୁବ ଶୀଘ୍ର ଲାଗୁହେବ ଧାଡି ଦର୍ଶନ

ପୁରୀ :ଶ୍ରୀମନ୍ଦିର  ପରିଚାଳନା କମିଟିର ବୈଠକ ଉପରେ ଥିଲା ସାରା ଜଗନ୍ନାଥ ପ୍ରେମୀଙ୍କ ନଜର। ଆସନ୍ତା ୧୫ ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ନେଇ ସରକାରଙ୍କ ଘୋଷଣା ପରିପ୍ରେକ୍ଷୀରେ ଏଜେଣ୍ଡାର ମୁଖ୍ୟ ଲକ୍ଷ ଥିଲା ଶୃଙ୍ଖଳିତ ଦର୍ଶନ। ପରିଚାଳନା କମିଟି ମଧ୍ୟ ନାଟ୍ୟ ମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ମୋହର ମାରି ପ୍ରଥମେ ପରୀକ୍ଷା ମୂଳକ ଭାବେ ନାଟ୍ୟ ମଣ୍ଡପରେ ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ନିଷ୍ପତି ନେଇଛି। ଏଥିସହ ଧାଡ଼ି ଦର୍ଶନ ସୁପରିଚାଳନା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୯ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଧାଡ଼ି ଦର୍ଶନ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନ ହୁଏ ସେ ନେଇ ବିଭିନ୍ନ ନିୟୋଗଙ୍କ ସହ ଆଲୋଚନା କରି ନିଷ୍କର୍ଷ ବାହାର କରିବେ। କିଏ କେଉଁ ଧାଡ଼ିରେ ଆସିବେ ଓ କେମିତି ଶୃଙ୍ଖଳିତ ଦର୍ଶନ ହେବ ଏବଂ ଦର୍ଶନ ସାରି ଭକ୍ତ କେଉଁ ବାଟେ ଫେରିବେ, ସେ ନେଇ ଆସିବ ସ୍ବତନ୍ତ୍ର ନିର୍ଦେଶାବଳୀ। ଦିବ୍ୟାଙ୍ଗଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ପାଇଁ କମିଟି ଗଠନ ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆସନ୍ତା ୧୫ ତାରିଖରୁ ଧାଡ଼ି ଦର୍ଶନ ପାଇଁ ସବୁ ବ୍ୟବସ୍ଥା ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ। ଶ୍ରୀ ମନ୍ଦିର ସୁରକ୍ଷା ଲାଗି ସବ କମିଟି ମଧ୍ୟ ଗଠନ କରାଯାଇଛି। ଏହାର ଅଧ୍ୟକ୍ଷ ଦାୟିତ୍ୱରେ ପୂର୍ବତନ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଅଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ସାଂସ୍କୃତିକ ସବ କମିଟି ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅପିଲ ସବ କମିଟି ଗଠନ କରାଯାଇଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories