www.samajalive.in
Friday, December 12, 2025
16.1 C
Bhubaneswar

ବାୟୁସେନା ଆକ୍ରମଣ ପରେ ବଢିଲା ‘ଉରୀ’ର ଚାହିଦା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପିଓକେ ଆକ୍ରମଣ ପରେ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ର ଚାହିଦା ବୃଦ୍ଧି ପାଇଛି। ବାୟୁସେନାର ଏହି ଆକ୍ରମଣକୁ ସାରା ଦେଶରେ ‘ସର୍ଜିକାଲ ଷ୍ଟ୍ରାଇକ-୨’ ନାଁ ଦିଆଯାଇଥିବା ବେଳେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରୀ’କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି। ସୂଚନା ଅନୁସାରେ, ଗତ ଦୁଇଦିନ ମଧ୍ୟରେ ଚଳଚ୍ଚିତ୍ରର ଅନଲାଇନ ଡାଉନଲୋଡ଼୍‍ ସର୍ଚ୍ଚ ତୀବ୍ର ଗତିରେ ବୃଦ୍ଧି ପାଇଛି। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‍ ଦେଖିବା ପାଇଁ ଲୋକେ ଡାଉନଲୋଡ଼ିଙ୍ଗ୍‍ ୱେବସାଇଟ୍‍ ଟୋରେଣ୍ଟରେ ଚଳଚ୍ଚିତ୍ରକୁ ତୀବ୍ର ଗତିରେ ଡାଉନଲୋଡ଼ କରୁଛନ୍ତି।

ବାଲାକୋଟରେ ବାୟୁସେନାର ଆକ୍ରମଣ ପରେ ସାରା ଦେଶରେ ଖୁସିର ଲହରୀ ଦେଖିବାକୁ ମିଳିଛି। ବାୟୁସେନାର ଏହି ବୀରତ୍ୱକୁ ‘ଉରୀ’ ଚଳଚ୍ଚିତ୍ର ଟିମ୍‍ ସଲାମ କରି କହିଛି, “ଭାରତୀୟ ବାୟୁସେନା ଓ ଗୁଇନ୍ଦା ବିଭାଗକୁ ସଲାମ। ଭାରତ ପାଲଟା ଜବାବ ଦେବ। ଜୟ ହିନ୍ଦ୍‍”।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories