www.samajalive.in
Tuesday, December 9, 2025
16.1 C
Bhubaneswar

ସୀମାନ୍ତ ନିକଟରେ ଥିବା ସମସ୍ତ ବିମାନ ବନ୍ଦରରେ ଉଡାଣ ବାତିଲ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିରେ ଅର୍ନ୍ତରାଷ୍ଟୀୟ ବିମାନ ଉଡାଣ ଉପରେ ପ୍ରଭାବ ପକାଇଛି । ବୁଧବାର ସକାଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିମାନ ଆକ୍ରମଣ ପରେ ସୀମାନ୍ତ ଆକାଶ ମାର୍ଗରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଛି । ଭାରତ ଏବଂ ପାକିସ୍ତାନ ସୀମାନ୍ତ ନିକଟରେ ଥିବା ସମସ୍ତ ବିମାନ ବନ୍ଦରରେ ହାଇ ଆର୍ଲଟ ଜାରି କରାଯାଇଛି । ଭାରତ ଶ୍ରୀନଗର, ଜମ୍ମୁ, ଲେହ୍‌, ଅମୃତସର, ପଠାନକୋଟ୍‌, ଗଗ୍ଗଲ୍‌, ଡେରାଡୁନ୍‌ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରରେ ଉଡାଣ ବାତିଲ୍ କରାଯାଇଛି । ଏହା ସହ ଏହି ବିମାନ ବନ୍ଦରରୁ ବ୍ୟାବସାୟିକ ବିମାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି ।

ସେହିପରି ପାକିସ୍ତାନ ମଧ୍ୟ ସୀମାନ୍ତ ନିକଟରେ ଥିବା ସମସ୍ତ ବିମାନ ବନ୍ଦରରେ ହାଇ ଆର୍ଲଟ ଜାରି କରିଛି । ଲାହୋର, ମୁଲତାନ, ​‌ଫୈସାଲାବାଦ, ସିୟାଲକୋଟ ଏବଂ ଇସ୍ଲାମବାଦ ବିମାନ ବନ୍ଦରରେ ଉଡିବାକୁ ଥିବା ସମସ୍ତ ବିମାନକୁ ବାତିଲ୍ କରିଛି । ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ କରି ଦେଇଛି ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories