ବୁର୍ଲା : ପୁଣି ବୁର୍ଲା ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ)ରେ ପୁଣି ଜଣେ ଛାତ୍ରଙ୍କ ମୃତଦେହ ପିସି ବ୍ରିଜ ତଳୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ଜଣକ ହେଲେ ବୁର୍ଲା ଭିସୁଟ ର ମେକାନିକାଲ ବିଭାଗର ଶେଷ ବର୍ଷର ଛାତ୍ର ଯାଜପୁରର ଅଞ୍ଜନେୟ ଦାସ ବୋଲି ଜଣାପଡିଛି। ତାଙ୍କ ମୃତଦେହ ବୁର୍ଲା ପାୱାର କେନାଲ(ପିସି) ବ୍ରିଜ ତଳୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅଞ୍ଜନେୟ ପୂଳସ୍ତିୟ ଛାତ୍ରାବାସରେ ରହୁଥିବା ବେଳେ ଗତ ରାତି ୨ ଟା ରୁ ସେ ଛାତ୍ରାବାସରୁ ବାହାରି ଯାଇଥିଲେ ଆଉ ଫେରି ନ ଥିଲେ। ତେବେ ଆଜି ସକାଳୁ ତାଙ୍କ ମୃତଦେହ ବୁର୍ଲା ପାୱାର କେନାଲ ବ୍ରିଜ ତଳୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।
Popular Categories



