www.samajalive.in
Sunday, December 14, 2025
19.1 C
Bhubaneswar

କଲକାତାରେ ଅଷ୍ଟମ ଋତୁ ରଙ୍ଗମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହେଲା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ଚାରିକାନ୍ଧ”

ଭୁବନେଶ୍ୱର : କଲକାତାରେ ଅଷ୍ଟମ ଋତୁ ରଙ୍ଗମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହୋଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର “ଚାରିକାନ୍ଧ”। ରିତୁପ୍ରୀୟା ପ୍ରଡକ୍ସନ ବ୍ୟାନରରେ, ପ୍ରଯୋଜକ ଅତିଶ୍ କୁମାର ରାଉତଙ୍କ ଦ୍ଵାରା ନିର୍ମିତ ଓ ବିଶ୍ଵନାଥ ରଥଙ୍କ କାହାଣୀ ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର “ଚାରିକାନ୍ଧ” ଅଷ୍ଟମ ଋତୁ ରଙ୍ଗମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ସ୍ପେସିଆଲ ମେନସନ – ଜୁରୀ’ ବର୍ଗରେ ‘ଶ୍ରେଷ୍ଠ ଚଳଚିତ୍ର’ ଏବଂ ‘ଶ୍ରେଷ୍ଠ ପୋଷ୍ଟର ଡିଜାଇନ’ ପୁରସ୍କାର ପ୍ରାପ୍ତ କରିଛି। ଏଥିରେ ଦେଶ ବିଦେଶରୁ ବହୁ ସଂଖ୍ୟକ ଚଳଚ୍ଚିତ୍ର ଭାଗ ନେଇଥିଲେ ମାତ୍ର ତା’ମଧ୍ୟରେ ୫୨ଟି ଚଳଚ୍ଚିତ୍ର ଚୟନ ହୋଇ ପ୍ରଦର୍ଶିତ ହୋଇଥିଲା।

୩୧ ଅଗଷ୍ଟ ୨୦୨୫ରେ କଲକାତାର ବିଦ୍ୟାସାଗର ମଞ୍ଚରେ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ମୁଖ୍ୟ ଅତିଥି ଭାବେ ସାଂସଦ କାକଲି ଘୋଷ ଦସ୍ତିଦାର ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ଶ୍ରୀଲେଖା ମୁଖାର୍ଜୀଙ୍କ ନେତୃତ୍ୱରେ ପୁରସ୍କାର ଚୟନ କମିଟି ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ‘ଚାରିକାନ୍ଧ’ ଟିମ ତରଫରୁ, ପ୍ରଯୋଜକ ଅତିଶ କୁମାର ରାଉତ, ଲେଖକ- ନିର୍ଦ୍ଦେଶକ ବିଶ୍ୱନାଥ ରଥ ଏବଂ କଳାକାର ଶକ୍ତି ବରାଳ ପୁରସ୍କାର ଗ୍ରହଣ କରିଥିଲେ। ବ୍ୟକ୍ତିଗତ ଭାବେ ସମସ୍ତ ଜୁରୀମେମ୍ବର ସିନେମା ସହ ଶକ୍ତି ବରାଳଙ୍କ ଅଭିନୟକୁ ପ୍ରଶଂସା କରି ଆଗାମୀ ସମୟ ପାଇଁ ଶୁଭେଚ୍ଛା ଜଣେଇଥିଲେ।

- Advertisement -

ସୁପ୍ରିୟା ରାଉତ ଏବଂ ଅଖିଲ ରାଜୁରକରଙ୍କ ଦ୍ୱାରା ସହ-ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଶକ୍ତି ବରାଳ, ସୁଶୀଲ ମିଶ୍ର, ଶତାବ୍ଦୀ ସୂର୍ଯ୍ୟସ୍ନାତା, ଗୌରବ ମହାନ୍ତି, ଶିବାନୀ ଖରା, ଏବଂ ପ୍ରଭଞ୍ଜନ ମିଶ୍ର ଅଭିନୟ କରିଛନ୍ତି। ଏଥିରେ ସହ କଳାକାର ଅଛନ୍ତି ରିଦ୍ଧି, ସଂସ୍କୃତି, ସୁରୁଚିକା, ନମିତା, ନିତ୍ୟାନନ୍ଦ, ରାଜ, ସୌମ୍ୟରଞ୍ଜନ, ରାଜେନ୍ଦ୍ର, ଏବଂ ସୌମ୍ୟ ଷଡଙ୍ଗୀ।

ଚଳଚ୍ଚିତ୍ରର ସୃଜନଶୀଳ ଦଳରେ ହରିଶ ସେଠୀ ମୁଖ୍ୟ ସହାୟକ ନିର୍ଦ୍ଦେଶକ ଭାବରେ, ଲିଙ୍ଗରାଜ କୁମ୍ଭାର ଫଟୋଗ୍ରାଫି ନିର୍ଦ୍ଦେଶକ ଭାବରେ, ଏବଂ ଦିଲେଶ୍ୱର ପ୍ରଧାନ ଅଡିଓଗ୍ରାଫି ନିର୍ଦ୍ଦେଶକ ଭାବରେ ଅଛନ୍ତି। ବୀର କୁମାର ନନ୍ଦ ସମ୍ପାଦନା କାର୍ଯ୍ୟ ସମ୍ଭାଳିଥିବା ବେଳେ, ପରାଗ କୁମାର ବେହେରା ପୃଷ୍ଠଭୂମି ସଙ୍ଗୀତ ରଚନା କରିଛନ୍ତି। ଅମିତ ଯୁବରାଜ ଚଳଚ୍ଚିତ୍ରର ସଙ୍ଗୀତ ସୃଷ୍ଟି କରିଛନ୍ତି।

ଏହି ୪ ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ,ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ, ଧନ ବୃଦ୍ଧି,ବିବାହ ସୁଖ ନେଇ ଆସିଛି ସେପ୍ଟେମ୍ବର..

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories