www.samajalive.in
Saturday, December 13, 2025
26.1 C
Bhubaneswar

ଖଣି ମାଲିକଙ୍କ ଘରେ ବଡ ଧରଣର ରେଡ୍

ଭୁବନେଶ୍ଵର : ଭୁବନେଶ୍ଵରରେ ଖଣି ମାଲିକଙ୍କ ଘରେ ବଡ ଧରଣର ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି ୧୦ଟି ବିଳାଶପୂର୍ଣ୍ଣ କାର୍ ସହ ୩ଟି ସୁପର ବାଇକ୍। କେବଳ ଏତିକି ନୁହେଁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ କରିଛି। ତେବେ ଖଣି ମାଲିକ ଶକ୍ତିରଞ୍ଜନ ଦାସଙ୍କ ଘରେ ଇଡି ଚଢାଉ କରିଛି। ତାଙ୍କ କମ୍ପାନୀ ରହିଛି ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ । ବେଆଇନ୍ ଆର୍ଥିକ କାରବାର ନେଇ ହିମାଚଳପ୍ରଦେଶ ପୁଲିସ୍ ନିକଟରେ ଏକ ମାମଲା ରୁଜ୍ଜୁ ହେବା ପରେ ଇଡି ସିମଲା ଜୋନାଲ ଅଫିସ ପକ୍ଷରୁ ରେଡ୍ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଇଣ୍ଡିଆନ୍ ଟେକ୍ନୋମାକ୍ କମ୍ପାନୀ ଲିମିଟେଡ୍ ହିମାଚଳପ୍ରଦେଶର ଏକ କମ୍ପାନୀ ଜାଲ୍ କାଗଜ ପତ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଟଙ୍କା ରୁଣ ନେଇଥିଲେ। ଯେଉଁ ଋଣ ଟଙ୍କା ମଧ୍ୟରୁ ଶକ୍ତିରଞ୍ଜନ ଦାସ ଙ୍କ ନିକଟକୁ ପାଖାପାଖି ୫୯.୮୦ କୋଟି ଟଙ୍କା ଆସିଥିଲା। ତାଙ୍କଠାରୁ ଏବେ ସୁଦ୍ଧା ୧୩ ଲକ୍ଷ ଟଙ୍କା ଏବଂ ୧ କୋଟି ୧୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯିବା ସହ ଦୁଇଟି ବ୍ୟାଙ୍କ ଲକର୍ ଠାବ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories