www.samajalive.in
Sunday, December 14, 2025
14.1 C
Bhubaneswar

ୟୁକ୍ରେନର ପୂର୍ବତନ ବାଚସ୍ପତିଙ୍କୁ ଗୁଳିକରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନର ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଶନିବାର ତାଙ୍କୁ ହତ୍ୟା କରିଥିବା ନେଇ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି ଘଟଣାର କଡ଼ା ନିନ୍ଦା କରିବା ସହିତ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହା ଏକ ଭୟଙ୍କର ହତ୍ୟାକାଣ୍ଡ ବୋଲି ସେ ଦର୍ଶାଇଛନ୍ତି।

ଏଲଭିଭ ସହରରେ ପାରୁବୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ନେଇ ପୁଲିସ ସ୍ପଷ୍ଟ କରିଥିଲା। କିନ୍ତୁ ହତ୍ୟାର ଶିକାର ବ୍ୟକ୍ତି ପୂର୍ବତନ ବାଚସ୍ପତି ପାରୁବୀ ବୋଲି ପ୍ରାଥମିକ ଭାବେ ଜଣାପଡ଼ି ନ ଥିଲା। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଜେଲେନସ୍କି ଏ ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ପାରୁବୀ ୨୦୧୦ରେ ୟୁକ୍ରେନର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ହତ୍ୟାକାରୀକୁ ଧରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ତଦନ୍ତ କରାଯାଉଥିବା ଜେଲେନସ୍କି କହିଛନ୍ତି।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories