www.samajalive.in
Friday, December 5, 2025
26.1 C
Bhubaneswar

ରାଜୀବ ଶୁକ୍ଳା ବିସିସିଆଇର କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିସିସିଆଇର ସଭାପତି ପଦରୁ ରୋଜର ବିନ୍ନି ଇସ୍ତଫା ଦେଇଛନ୍ତି। ବିନ୍ନିଙ୍କ ଇସ୍ତଫା ପରେ ବୋର୍ଡର ଦାୟିତ୍ବ ରାଜୀବ ଶୁକ୍ଲାଙ୍କ ହାତକୁ ଆସିଛି। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଲା ବିିସିିସିଆଇର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ତୁଲାଇବେ। ସୁପ୍ରିମକୋର୍ଟଙ୍କ ଲୋଧା କମିଟିର ସୁପାରିସ ଅନୁସାରେ ବିସିସିଆଇ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରେ। ବିସିସିଆଇର ବର୍ତ୍ତମାନର ସମ୍ବିଧାନ ଅନୁଯାୟୀ ଏହାର ଅଧିକାରୀଙ୍କ ସର୍ବାଧିକ ବୟସସୀମା ୭୦ ବର୍ଷ ରହିଛି। ୭୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ସଭାପତି ପଦରେ ରହିପାରିବେ ନାହିଁ । ଏପରି ପରିସ୍ଥିତିରେ ରୋଜର ବିନ୍ନିଙ୍କୁ ଗତ ଜୁଲାଇରେ ୭୦ ବର୍ଷ ପୂରି ଯାଇଥିବାରୁ ସେ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ରିପୋର୍ଟ ପ୍ରକ​‌ାଶ ପାଇଛି। ଶୁକ୍ରବାର ବିସିସିଆଇର ଆପେକ୍ସ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରାଜୀବ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆପେକ୍ସ କାଉନସିଲ ବୈଠକରେ ଡ୍ରିମ୍‌ସ -୧୧ର ଚୁକ୍ତିନାମାର ଅବଧି ଏବଂ ଆଗାମୀ ଅଢେଇ ବର୍ଷ ଲାଗି ନୂତନ ପ୍ରାୟୋଜକଙ୍କ ଉପରେ ଆଲୋଚନା କରାଯାଇଥିଲା। ଏସିଆ କପ୍‌ ଆଉ ଦୁଇ ସପ୍ତାହରୁ କମ ସମୟ ଥିବାରୁ ଆଉ ନୂତନ ପ୍ରାୟୋଜକ ଖୋଜିବା ଅସମ୍ଭବ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଡ୍ରିମ୍‌ସ ୧୧ ସହ ଚୁକ୍ତିନାମାକୁ ଏସିଆ କପ ପଯ୍ୟନ୍ତ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ନୂତନ ପ୍ରାୟୋଜକ ଆଗାମୀ ଅଢେଇ ବର୍ଷ ଲାଗି ଚୁକ୍ତିନାମା ହେବାକୁ ନିଷ୍ପତ୍ତି ହୋଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories