ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ୧୯୭୧ ଯୁଦ୍ଧ ପରେ ସୋମବାର ରାତିରେ ପ୍ରଥମଥର ଲାଗି ପାକିସ୍ତାନର ଆକାଶସୀମା ଲଙ୍ଘି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ୍)ର ପ୍ରମୁଖ ଆଡ୍ଡା ଧ୍ବଂସ କରିଛି। ସୋମବାର ରାତିର ଏହି ଆକ୍ରମଣ ୨୦୧୬ ସେପ୍ଟେମ୍ବରରେ ଉରି ଆକ୍ରମଣ ପରେ ଭାରତ ପକ୍ଷରୁ ହୋଇଥିବା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକଠାରୁ ବହୁଗଣା ଅଧିକ ଶକ୍ତିଶାଳୀ। ଏହାକୁ ସର୍ଜିକାଲ ଷ୍ଟ୍ରାଇକ ୨ ବୋଲି କୁହାଯାଉଛି।
-ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ ବେଳେ କୁପୱାରା ଓ ପୁଞ୍ଚ ଅନ୍ତର୍ଗତ ସୀମାରେଖା ନିକଟରେ ଭାରତର ସ୍ବତନ୍ତ୍ର ବାହିନୀ ଆକ୍ରମଣ କରିଥିଲା। କିନ୍ତୁ ସୋମବାର ରାତିରେ ଭାରତୀୟ ବାୟୁସେନା ପାକିସ୍ତାନର ଆଭ୍ୟନ୍ତର କ୍ଷେତ୍ରରେ ପ୍ରବେଶ କରି ଜୈଶ ଉପରେ ଆକ୍ରମଣ କରିଛି। ଏହାପୂର୍ବରୁ ୧୯୯୯ରେ କାରଗିଲ ଯୁଦ୍ଧ ବେଳେ ମଧ୍ୟ ବାୟୁସେନା ପାକ୍ ଆକାଶମାର୍ଗରେ ପ୍ରବେଶ କରି ନ ଥିଲା। ବିଦେଶ ମାଟିରେ ବାୟୁସେନାର ଆକ୍ରମଣକୁ ସାଧାରଣତଃ ଯୁଦ୍ଧା ଉଦ୍ଦେଶ୍ୟରେ ଆକ୍ରମଣ ବୋଲି ଧରାଯାଇଥାଏ। ଏହି କାରଣରୁ ଭାରତ ସମେତ ବିଶ୍ବର ସମସ୍ତ ରାଷ୍ଟ୍ର ନିତାନ୍ତ ଆବଶ୍ୟକ ନ ହେଲେ ଏଭଳି ଆକ୍ରମଣଠାରୁ ଦୂରେଇ ରହିଥାଆନ୍ତି।
-ସର୍ଜିକାଲ ଷ୍ଟ୍ରାଇକ-୨ ରେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକଠାରୁ ବହୁଗୁଣା ଅଧିକ ପରିମାଣର ଗୋଳାବାରୁଦ ବ୍ୟବହାର କରାଯାଇଛି। ପ୍ରାୟ ୧୦୦୦ କେଜିର ଲେଜର-ଗାଇଡେଡ୍ ବୋମା ଜୈଶ ଆଡ୍ଡା ଉପରେ ବର୍ଷା କରିଛି ଭାରତୀୟ ବାୟୁସେନା। ଏଥିରେ ପ୍ରାୟ ୩୦୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ପୂର୍ବ ଆକ୍ରମଣ ବେଳେ ପ୍ରାୟ ୫୦ ଆତଙ୍କବାଦୀ ନିପାତ ହୋଇଥିଲେ।
୨୦୧୬ଠାରୁ ଶକ୍ତିଶାଳୀ ଥିଲା ବାଲାକୋଟ ଆକ୍ରମଣ
Popular Categories



