ଭୁବନେଶ୍ବର : ଟିଭିଏସ୍ ଏକ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ନେଇଆସିଛି ଯାହା ଫୁଲ ଚାର୍ଜରେ ୧୫୮ କିଲୋମିଟର ଯାତ୍ରା କରିପାରିବ । କମ୍ପାନୀ ଆଜି ଏହି ସ୍କୁଟର ଅର୍ବିଟର ଲଞ୍ଚ୍ କରିଛି । ଟିଭିଏସ୍ ଅର୍ବିଟରରେ ୩.୧ କିଲୋଓ୍ବାଟର ବ୍ୟାଟେରୀ ଦିଆଯାଇଛି ଯାହା ୧୫୮ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏଥିରେ ୧୪ ଇଞ୍ଚର ବଡ ଫ୍ରଣ୍ଟ୍ ହ୍ବିଲ୍ ଦିଆଯାଇଛି । ଏହା ବ୍ୟତୀତ ଏଥିରେ କ୍ରୁଜ୍ କଣ୍ଟ୍ରୋଲ, ୩୪ ଲିଟର ଅଣ୍ଡର ସିଟ୍ ବୁଟସ୍ପେଶ୍, ହିଲ୍ ହୋଲ୍ଡ ଆସିଷ୍ଟ ଭଳି ଫିଚର୍ ଦିଆଯାଇଛି ।
ଟିଭିଏସ୍ ଅର୍ବିଟର ଏକ ସ୍ମାର୍ଟ ଇଭି ଯାହା ମୋବାଇଲ୍ ଆପ ସହିତ କନେକ୍ଟ ହୋଇପାରିବ । ଏଥିରେ ଜିଓ ଫେସିଂ, ଟାଇମ୍ ଫେସିଂ, କଲିଜନ୍ ଆଲର୍ଟ, କଲ୍ ଡିସପ୍ଲେ ବିଶିଷ୍ଟ ରଙ୍ଗିନ୍ ଏଲସିଡି ଡିସପ୍ଲେ କ୍ଲଷ୍ଟର, ୟୁଏସବି ୨.୦ ଚାର୍ଜିଂ ପୋର୍ଟ ଭଳି ଫିଚର୍ ମିଳିଥାଏ । ଏଥିରେ ଏକ ଆରାମଦାୟକ ଲମ୍ବା ସିଟ୍ ମିଳୁଛି । ସ୍କୁଟରରେ ଏଲଇଡି ହେଡଲାଇଟ୍ ମିଳିବ । ପ୍ରାରମ୍ଭିକ ଦାମ୍ ୯୯,୯୦୦ ଟଙ୍କାରେ ଏହାକୁ ଆଣିଛି କମ୍ପାନୀ ।



