www.samajalive.in
Saturday, December 13, 2025
21.1 C
Bhubaneswar

ଶିଶୁକୁ ଦେଲେ ଭୁଲ୍‍ ଇଞ୍ଜେକସନ: ହସ୍ପିଟାଲରେ ଉତ୍ତେଜନା

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ହସ୍ପିଟାଲ ଆଗରେ ଉତ୍ତେଜନା। ୪ବର୍ଷ ଶିଶୁକୁ ଭୁଲ ଇଞ୍ଜେକସନ ଦେବାକୁ ତା’ର ବାମ ଗୋଡ ଅଚଳ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଶିଶୁପୁତ୍ରର ପରିବାର ସଦସ୍ୟ ଓ ଗ୍ରାମବାସୀ ମାନେ ହସ୍ପିଟାଲରେ ହଙ୍ଗାମା କରିଛନ୍ତି। ଗତ ତିନି ଦିନ ତଳେ ଶିଶୁପୁତ୍ରଟି ଅସୁସ୍ଥ ଥିବାରୁ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ଡାକ୍ତର ତାକୁ ପରୀକ୍ଷା କରିବା ସହ ଏକ ଇଞ୍ଜେକସନ୍‍ ଦେଇଥିଲେ। ହେଲେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଇଞ୍ଜେକସନ ଦିଆଯିବ ପରେ ଶିଶୁର ବାମ ଗୋଡ ଅଚଳ ହୋଇଥିଲା। ଏନେଇ ହସ୍ପିଟାଲରେ ଉତ୍ତେଜନ ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories