www.samajalive.in
Sunday, December 14, 2025
14.1 C
Bhubaneswar

ଟ୍ରମ୍ପ-ପୁଟିନଙ୍କୁ ବଡ ଝଟକା ଦେଲା ଚୀନ

ସମାଜ ଡିଜିଟାଲ ଡେସ୍କ: ଭାରତ ସହ ଟାରିଫ୍‍ ବିବାଦ ମଧ୍ୟରେ ଆମେରିକାକୁ ବଡ ଝଟକା ଦେଇଛି ଚୀନ । ରୁଷ ଓ ଆମେରିକାକୁ ଚୀନ୍‍ ବଡ ଝଟକା ଦେଇଥିବା ଜଣାପଡିଛି । ଚୀନ ପରମାଣୁ ଅପ୍ରସାର ଉପରେ ଆଲୋଚନା ପାଇଁ ଆମେରିକା ଏବଂ ରୁଷ ସହିତ ଏକ ଟେବୁଲରେ ବସିବାକୁ ଜୀନ୍‍ ମନା କରିଦେଇଛି । ଚୀନ କହିଛି ଯେ ସେ ଆମେରିକା ଓ ରୁଷ ସହିତ ପରମାଣୁ ନିରସ୍ତ୍ରୀକରଣ ଆଲୋଚନାରେ ଅଂଶଗ୍ରହଣ କରିବ ନାହିଁ ।
ପରାମାଣୁ ଅପ୍ରସାର ଚୁକ୍ତିନାମା ଅନୁଯାୟୀ ଏହା ଉପରେ ତ୍ରିପାକ୍ଷିକ ଆଲୋଚନା ପାଇଁ ଆହ୍ୱାନକୁ ଚୀନ ପ୍ରତ୍ୟାଖ୍ୟାନ କରିଛି । ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିୟାକୁନ୍‍ କହିଛନ୍ତି ଯେ ତିନି ଦେଶଙ୍କ ପାଖରେ ପରମାଣୁ କ୍ଷମତା ଏକା ପ୍ରକାର ହୋଇନଥିବାରୁ ଚୀନ୍‍ ତ୍ରିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବ ବୋଲି ଆଶା କରିବା ଯୁକ୍ତିଯୁକ୍ତ କିମ୍ବା ବ୍ୟବହାରିକ ନୁହେଁ ।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories