www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ କ୍ଲାର୍କଙ୍କୁ ଚର୍ମ କର୍କଟ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ। ସେ ପୁନର୍ବାର ଚର୍ମ କର୍କଟ ରୋଗରେ ପୀଡ଼ିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ବୁଧବାର ଜଣାଇଛନ୍ତି। କ୍ଲାର୍କ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ତଥ୍ୟ ଦେବା ସହ ସମସ୍ତଙ୍କୁ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଇନଷ୍ଟାଗ୍ରାମରେ କ୍ଲାର୍କ ଲେଖିଛନ୍ତି ଯେ,ଚର୍ମ କର୍କଟ ବାସ୍ତବ। ବିଶେଷ କରି ଅଷ୍ଟ୍ରେଲିଆରେ । ଗୋଟିଏ ବନ୍ଧୁତ୍ବପୂର୍ଣ୍ଣ ପରାମର୍ଶ- ନିଜର ଚର୍ମର ପରୀକ୍ଷା କରାଇ ନିଅନ୍ତୁ। ମୋ ମାମଲାରେ ନିୟମିତ ଯାଞ୍ଚ ଓ ଶୀଘ୍ର ଚିହ୍ନଟ ଜରୁରୀ। ଶୀଘ୍ର ଜଣାପଡ଼ିଥିବାରୁ ଡାକ୍ତରମାନଙ୍କୁ ଧନ୍ୟବାଦ ବୋଲି କ୍ଲାର୍କ ଲେଖିଛନ୍ତି। ପୂର୍ବରୁ ୨୦୦୬ରେ ଡାକ୍ତର କ୍ଲାର୍କଙ୍କୁ ଚର୍ମ କର୍କଟ ନେଇ ସତର୍କତା କରିଥିଲେ। ମୁହଁରେ ଛାପାକୁ ନେଇ ଡାକ୍ତର କ୍ଲାର୍କଙ୍କୁ ସତର୍କତା କରାଇଥିଲେ। ଏହା ପରେ କ୍ଲାର୍କ ମୁହଁ ଓ ଛାତିରେ ଅ​‌େ​‌ସ୍ତ୍ରାପଚାର କରିଥିଲେ। ପୁନର୍ବାର ୨୦୧୯ରେ ମଧ୍ୟ ତାଙ୍କଠାରେ ଚର୍ମ କର୍କଟ ନେଇ ଲକ୍ଷଣ ଦେଖାଯାଇଥିଲା। ଏହା ପରଠାରୁ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସାରେ ରହୁଛନ୍ତି। ନିଜର ବ୍ୟାଟିଂ ଓ ଅଧିନାୟକତ୍ବ ପାଇଁ ବେଶ ଜଣାଶୁଣା ୪୪ ବର୍ଷୀୟ କ୍ଲାର୍କ ଅଷ୍ଟ୍ରେଲିଆ ୨୦୦୪ରୁ ୨୦୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ। ୧୧୫ଟି ଟେଷ୍ଟ ମ୍ୟ​‌ାଚ ଖେଳି ୨୮ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ସହ୮୬୪୩ରନ, ୨୪୫ଟି ଦିନିକିଆ ଖେଳି ୮ଟି ଶତକ ଓ ୫୮ଟି ଅର୍ଦ୍ଧଶତକ ସହ ୭୯୮୧ରନ କରିଥିଲେ। ସେ ୭୪ଟି ଟେଷ୍ଟ ଓ ୧୩୯ଟି ଦିନିକିଆରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ। ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୨୦୧୫ ଦିନିକିଆ ବିଶ୍ବକପ ଜିତିଥିଲା। ଏହାବାଦ୍ ୨୦୧୩-୧୪ରେ ଆସେସ ଟେଷ୍ଟ ଶୃଙ୍ଖଳାକୁ ୫-୦ରେ ଦଖଲ କରିବାରେ ସଫଳ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories