www.samajalive.in
Tuesday, December 9, 2025
15.1 C
Bhubaneswar

ପଞ୍ଜାବରେ ବନ୍ୟା: ସ୍କୁଲରେ ଫସି ରହିଛନ୍ତି ୪୦୦ ଛାତ୍ର, ୪୦ ଶିକ୍ଷକ

ଚଣ୍ଡିଗଡ: ପ୍ରବଳ ବର୍ଷା ଯୋଗୁଁ ରାବି, ବ୍ୟାସ ଓ ସତଲେଜ୍ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପଞ୍ଜାବର ୮ଟି ଜିଲା ଗୁରୁଦାସପୁର, ପଠାନକୋଟ, ଅମୃତସର, ହୋସିଆରପୁର, କପୁରତାଲା, ତରନ ତରନ, ଫିରୋଜପୁର ଓ ଫାଜିଲକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଗୁରୁଦାସପୁର ଡାବୁରି ଗାଁସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ୪୦୦ ଛାତ୍ର ଓ ୪୦ଜଣ ଶିକ୍ଷକ ଫସି ରହିଛନ୍ତି। ଗୁରୁଦାସପୁର-ଡୋରାଙ୍ଗଲା ରାସ୍ତାରେ ଅବସ୍ଥିତ ଏହି ବିଦ୍ୟାଳୟ ନିକଟରେ ପ୍ରବାହିତ ହେଉଥିବା କିରନ ନାଳରେ ବନ୍ୟା ପାଣି ଆସି ସ୍କୁଲ ଚାରିପଟେ ଘେରି ଯାଇଛି। ସେହିପରି ମାଧୋପୁରରୁ ୨୨ଜଣ ସିଆରପିଏଫ୍ ଯବାନ ଓ ୩ଜଣ ସାଧାରଣ ନାଗରିକଙ୍କୁ ସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ସିଆରପିଏଫ୍ ଯବାନମାନେ ଆଶ୍ରୟ ନେଇଥିବା ଏକ କୋଠା ବନ୍ୟା ପାଣିରେ ବୁଡି ଯାଇଥିଲା। ଯବାନମାନଙ୍କୁ ଉଦ୍ଧାର କରିବାର କିଛି ସମୟ ପରେ କୋଠାଟି ଭୁଶୁଡି ପଡିଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ବୁଧବାର ସକାଳ ୬ଟାରେ ସେନା ହେଲିକପ୍ଟର ବିପଦସଂକୁଳ କୋଠାରୁ ସିଆରପିଏଫ୍ ଯବାନ ଓ ଅନ୍ୟ ୩ ନାଗରିକଙ୍କୁ ଉଦ୍ଧାର କରିଥିଲା।

ବୁଧବାର ସକାଳେ ରାବି ନଦୀରେ ୪.୦୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ରେକର୍ଡ କରାଯାଇଛି। ଜଳ ପ୍ରବାହ ବୃଦ୍ଧି ଯୋଗୁଁ ରଞ୍ଜିତ ସାଗର ଡ୍ୟାମ୍‌ରେ ବିପଦ ସଂକେତ ଅତିକ୍ରମ କରିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପଠାନକୋଟ୍‌ ଓ ଗୁରୁଦାସପୁର ଜିଲା ଗସ୍ତ କରିବା ପୂର୍ବକ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାରକାର୍ଯ୍ୟକୁ ସେ ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତିର ପରିଚାଳନା ନିମନ୍ତେ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories