www.samajalive.in
Saturday, December 6, 2025
23.1 C
Bhubaneswar

ସ୍କୁଲରେ ନାଚି ନାଚି ଟଳି ପଡ଼ିଲେ ଛାତ୍ର

ନୀଳଗିରି : ସ୍କୁଲରେ ଗଣେଶ ପୂଜା କରିବାକୁ ଯାଇଥିବା ଜଣେ ନବମ ଶ୍ରେଣୀ ଛାତ୍ର ନାଚି ନାଚି ଟଳି ପଡ଼ିଛନ୍ତି। ସମ୍ପୃକ୍ତ ଛାତ୍ରଙ୍କ ହୃଦ୍‍ଘାତରେ ପ୍ରାଣବାୟୁ ଉଡ଼ିଯାଇଛି। ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଘଟିଛି ଏହି ଘଟଣା। ସିଆଡ଼ିମାଳ ଗାଁର ଲକ୍ଷ୍ମୀନାରାୟଣ ଦାସବାବୁ ଓ ମାଳତୀ ଦାସବାବୁଙ୍କ ପୁଅ ପ୍ରିୟାଂଶୁ ପ୍ରୀତମ ଜଡ଼ିଦା ରାଧାମାଧବଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳୁ ସେ ନୂଆ ପୋଷାକ ପିନ୍ଧି ଉକ୍ତ ସ୍କୁଲକୁ ଗଣେଶ ପୂଜା କରିବାକୁ ଯାଇଥିଲେ। ପୂଜା ଉପଲକ୍ଷେ ସେ ସହପାଠୀଙ୍କ ସହ ନାଚଗୀତରେ ମସଗୁଲ ରହିଥିଲେ। ଅପରାହ୍ଣରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରି ଛାତ୍ର ଜଣକ ଟଳି ପଡ଼ିଥିଲେ। ତାଙ୍କୁ ଶିକ୍ଷକ ଓ ସ୍ଥାନୀୟ ଲୋକେ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏ ନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସେପଟେ ପୂଜାରେ ବାଜୁଥିବା ସାଉଣ୍ଡ ଯୋଗୁଁ ଛାତ୍ରଙ୍କ ଅକାଳ ବିୟୋଗ ଘଟିଛି ବୋଲି କେତେକ ଅଭିଯୋଗ କରିଛନ୍ତି। ସୂଚନା ଯେ, ଛାତ୍ର ଜଣକ ଅସୁସ୍ଥ ଥିଲେ। ସେ ଔଷଧ ଖାଇ ସ୍କୁଲକୁ ପୂଜା କରିବାକୁ ଯାଇଥିଲେ ହେଁ ଶବ ହୋଇ ଫେରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories