www.samajalive.in
Saturday, December 13, 2025
26.1 C
Bhubaneswar

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା, ସୁରକ୍ଷିତ ଥିବା ସୂଚନା

ଦିଗପହଣ୍ଡି : ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନରେନ୍ଦ୍ର ସାହୁ ନିଖୋଜ ହୋଇଯାଇଥିଲେ। ବର୍ତ୍ତମାନ୍ ସେ ପାତ୍ରପୁର ବ୍ଲକ ମାରମାରିଆ ଗାଁରେ ଥିବା ସୂଚନା ମିଳିଛି। ଗାଁର ଆଦିବାସୀଙ୍କ ଗ୍ରହଣରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତ ରବିବାର  ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଥିଲେ । ସେ ୟୁଟ୍ୟୁବ ଓ ଫେସବୁକରେ ବ୍ଳଗ କରିବା ସହିତ ବ୍ରହ୍ମପୁର ସହରରେ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରୁଥିଲେ । ନିଖୋଜ ହେବା ପରେ ଅନ୍ୟ ସାଙ୍ଗ ମାନେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଆଜି ସୁରକ୍ଷିତ ଅବସ୍ଥାରେ ତାଙ୍କର ପତ୍ତା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories