www.samajalive.in
Sunday, December 14, 2025
26.1 C
Bhubaneswar

ଇମ୍ରାନ ଖାନ ମୁର୍ଦାବାଦ ଶବ୍ଦରେ କମ୍ପିଲା ପାକିସ୍ତାନ ସଂସଦ

ଇସଲାମାବାଦ : ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନସ୍ଥିତ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିବା ପରେ ମଙ୍ଗଳବାର ପାକିସ୍ତାନ ସଂସଦରେ ହଙ୍ଗାମା ହୋଇଛି। ପାକିସ୍ତାନ ସଂସଦ ଇମ୍ରାନ ଖାନ ମୁର୍ଦାବାଦ ସ୍ଲୋଗାନରେ ପ୍ରକମ୍ପିତ ହୋଇଛି। ବରୋଧୀ ଦଳର ସାଂସଦମାନେ ଇମ୍ରାନ ଖାନ ଲଜ୍ୟା କର ଓ ଇମ୍ରାନ ଖାନ ମୁର୍ଦାବାଦ ସ୍ଲୋଗାନ ଦେଇଛନ୍ତି। ଏହାସହ ପାକିସ୍ତାନ ସଂସଦରେ ଭାରତର କାର୍ଯ୍ୟାନୁଷ୍ଠାକୁ ନିନ୍ଦା କରାଯାଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସୀ କହିଛନ୍ତି ଯେ ଓସାମାବିନ ଲାଦେନ ସମୟରେ କିଛି ସୀମା ପାଇଁ ଆମେ ଚୁପ୍‍ ରହିଥିଲୁ। କିନ୍ତୁ ଏବେ ପାକିସ୍ତାନ ଚୁପ୍‍ ରହିବ ନାହିଁ। ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ହିନା ରବାନୀ କହିଛନ୍ତି ଯେ ଏବେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ ବିରୋଧୀ ଦଳର ନେତାମାନେ ମିଳିତ ସଂସଦୀୟ ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ବରିଷ୍ଠ ନେତା ଖୁର୍ଶୀଦ ଶାହ କହିଛନ୍ତି ଯେ ଦେଶ ଏବେ ଯୁଦ୍ଧ ପରିସ୍ଥିତିରେ ଅଛି। ସଂସଦର ମିଳିତ ଅଧିବେଶନ ଡାକି ଏହା ଉପରେ ନିଷ୍ପତ୍ତି ନିଆଯିବା ଉଚିତ୍‍। ସେହିପରି ପାକିସ୍ତାନ ମୁସଲିମ୍‍ ଲିଗ୍‍- ନୱାଜ (ପିଏମଏଲ-ଏନ୍‍) ନେତା ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ମିଳିତ ଅଧିବେଶ ଡାକିବାକୁ ଦାବି ଉପସ୍ଥାପନ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ପାକିସ୍ତାନ ଅଧୀକୃତ କାଶ୍ମୀର (ପିଓକେ)ରେ ପଶି ବାଲାକୋଟଠାରେ ଥିବା ଜୈଶ-ଏ-ମହମ୍ମଦ ପ୍ରଶିକ୍ଷଣ କେନ୍ଦ୍ର ଉପରେ ବୋମା ବର୍ଷା କରିଛି। ଏଥିରେ ପାଖାପାଖି ୩୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories