www.samajalive.in
Thursday, December 11, 2025
16.1 C
Bhubaneswar

କ୍ରିକେଟକୁ ପୂଜାରାଙ୍କ ଅଲବିଦା

ସମାଜ ଡିଜିଟାଲ ଡେସ୍କ: କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ଚେତେଶ୍ଵର ପୂଜାରା। ଟେଷ୍ଟ କ୍ରିକେଟରେ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରୁଥିବା ପୂଜାରା ନିଜ ଅବସର ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। କ୍ରିକେଟର ସମସ୍ତ ଫର୍ମାଟରୁ ସେ ସନ୍ନ୍ୟାସ ନେଇଥିବା କହିଛନ୍ତି।

୩୭ ବର୍ଷୀୟ ପୂଜାରା ରବିବାର  ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କ୍ରିକେଟ କ୍ୟାରିୟରରୁ ବିରାମ ନେଉଥିବା କହିଛନ୍ତି। ସେ ଲେଖିଛନ୍ତି, ଭାରତୀୟ ଜର୍ସି ପିନ୍ଧିବା, ରାଷ୍ଟ୍ରଗୀତ ଗାନ କରିବା ଏବଂ ପ୍ରତ୍ୟେକ ଥର ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିବା, ଏସବୁକୁ ଶବ୍ଦରେ ପରିପ୍ରକାଶ କରିବା କଷ୍ଟକର। କିନ୍ତୁ କୁହାଯାଏ, ସମସ୍ତ ଭଲ ଜିନିଷର ଅନ୍ତ ରହିଛି। ମୁଁ ହୃଦୟରୁ କୃତଜ୍ଞ ରହିଛି ଏବଂ ସମସ୍ତ ଫର୍ମାଟର କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛି।

- Advertisement -

ପୂଜାରାଙ୍କ ଟେଷ୍ଟ କ୍ୟାରିୟର ସବୁଠୁ ଉନ୍ନତ ରହିଥିଲା। ସେ ୧୦୩ ଟେଷ୍ଟ ମ୍ୟାଚ ଖେଳି ହାରାହାରି ୪୩.୬ରେ ୭୧୯୫ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୧୯ ଶତକ ଏବଂ ୩୫ ଅର୍ଦ୍ଧଶତକ ସାମିଲ ରହିଛି। ସେ ନିଜର ଶେଷ ମ୍ୟାଚ ୨୦୨୩ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ସେ ୪୧ ରନ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories