www.samajalive.in
Tuesday, December 9, 2025
16.1 C
Bhubaneswar

ହୀରାକୁଦ ଡ୍ୟାମର ଆଉ ୪ ଫାଟକ ଖୋଲିଲା

ସମାଜ ଡିଜିଟାଲ ଡେସ୍କ: ଉପରମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ରବିବାର ଡ୍ୟାମର ଆଉ ୪ଟି ଫାଟକକୁ ଖୋଲି ଦିଆଯାଇଛି। ଫଳରେ ମୋଟ ୧୨ଟି ଫାଟକ ଦେଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ହେଉଛି।

ଶନିବାର ଦୁଇଟି ପର୍ଯ୍ୟାୟରେ ୮ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଶୁକ୍ରବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୧୮.୮୫ ଫୁଟ ଥିବାବେଳେ ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୧.୩୩ ଫୁଟକୁ ପହଞ୍ଚିଛି। ଲଘୁଚାପ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ପରିପ୍ରେକ୍ଷୀରେ ଅତିରିକ୍ତ ଫାଟକ ଖୋଲାଯାଇପାରେ ବୋଲି ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ କରାଯାଇଥିଲା। ଯାହାଫଳରେ ରବିବାର ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories