www.samajalive.in
Sunday, December 14, 2025
26.1 C
Bhubaneswar

ସାଇମରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମାରୋହ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ମଞ୍ଚେଶ୍ଵରସ୍ଥିତ କଲେଜ ଅଫ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେସନ ଅନୁଷ୍ଠାନର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମାରୋହ ଶନିବାର ଅନୁଷ୍ଠିତ​‌ ହୋଇଯାଇଛି। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ଅଧ୍ୟାପକ ଡ. ଅମିୟ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଶ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଦୁଇବର୍ଷ ପରେ କିପରି ଜଣେ କୁଶଳୀ ଓ ସଫଳ ପରିଚାଳକ ହୋଇପାରିବେ ତା’ ଉପରେ ଗୁରୁତ୍ଵାରୋପ କରିଥିଲେ।

ମୁଖ୍ୟବକ୍ତା ଭାବେ ସତିଶ କୁମାର ପ୍ରଧାନ, କଗ୍ନିଜାଣ୍ଟର ଉପସଭାପତି ଏମବିଏ ଓ ଏମସିଏ ଛାତ୍ରଛାତ୍ରୀମାନେ କୋଡିଂ, ପାଇଥନ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପାଠ୍ୟକ୍ରମ ଅଧ୍ୟୟନ କଲେ ନିଯୁକ୍ତି ସମସ୍ୟା ଦୂର ହୋଇପାରିବ ବୋଲି ମତ ଦେଇଥିଲେ। ସମାରୋହର ଅନ୍ୟତମ ଆକର୍ଷଣ ଆମେରିକାର ଓକଲାଣ୍ଡ ବିଶ୍ଵବିଦ୍ୟାଳୟ ଅଧ୍ୟାପିକା ବାର୍‌ବରା ଓକଲେ ଏଆଇ ଏବଂ ଡିପ୍‌ ଲର୍ଣ୍ଣିଂ କିପରି ଭବିଷ୍ୟତ ନିର୍ଦ୍ଧାରିତ କରୁଛି ତାହା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ କିପରି ପରିବର୍ତ୍ତନ ସହିତ ଖାପଖୁଆଇବାକୁ ବ୍ରତ ଭାବେ ଗ୍ରହଣ କଲେ ଜୀବନରେ ସଫଳ ହୋଇପାରିବେ ସେ ନେଇ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଟାଟା ଡିଷ୍ଟ୍ରିବ୍ୟୁସନ ପାଓ୍ବାର ଲିମିଟେଡର ମାନବ ସମ୍ବଳ ମୁଖ୍ୟ ମୁକେଶ ସିଂହ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଏମବିଏ ଏବଂ ଏମସିଏ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

- Advertisement -

ଅନୁଷ୍ଠାନର ଅଧ୍ୟକ୍ଷ ଦୀପକ କୁମାର ସାହୁ ସ୍ଵାଗତ ଭାଣେ ଦେବା ସହିତ ସଭା ପରିଚାଳନା କରିଥିଲେ। ଏମବିଏ ବିଭାଗ ମୁଖ୍ୟ ଡ. ଦେବାଶି​‌ଷ ମହାନ୍ତି ଓ ଏମସିଏ ବିଭାଗ ମୁଖ୍ୟ ଡ. ରାଜଲକ୍ଷ୍ମୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିବା ସହିତ ଦୁଇ ଦିନିଆ ଓରିଏଣ୍ଟେସନ ପ୍ରୋଗ୍ରାମ ତଥା କିପରି ସେମାନେ ଦୁଇବର୍ଷ ସାଇମରେ ବିତାଇବେ ତାହା ଉପରେ ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଡ. ଅମିତାଭନନନ୍ଦ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ବିଦ୍ୟା ଦାସ ମଞ୍ଚ ପରିଚାଳନା କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories