ସମାଜ ଡିଜିଟାଲ ଡେସ୍କ: ଢେଙ୍କାନାଳ ଏସପି ଅଭିନବ ସୋନକରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣାରେ ଏସପିଙ୍କ କାର୍ଯ୍ୟାଳୟରେ ଡିସିଓ ଦାୟିତ୍ଵରେ ଥିବା ଦୁଇ ଜଣ ଏସଆଇ ନିଲମ୍ବିତ ହୋଇଛନ୍ତି। ଏସପି ସୋନକର ଉଭୟ ଏସଆଇଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଉତ୍କଳ ବିଜୟ ମହାନ୍ତି ଏବଂ ରେସଲିନ ମିଞ୍ଜା। ମିଞ୍ଜା ସଦର ଥାନା ଏବଂ ଉତ୍କଳ ବିଜୟ ଟାଉନ ଥାନାରେ କାର୍ଯ୍ୟରତ ଅଛନ୍ତି। ମହିଳା ଜଣକ ଆତ୍ମାହୁତି ଉଦ୍ୟମ କରିବା ସମୟରେ ଉଭୟେ ଡ୍ୟୁଟିରେ ଥିଲେ। କାର୍ଯ୍ୟରେ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବାରୁ ସେମାନଙ୍କ ବିରୋଧରେ ଏସପି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Popular Categories



