www.samajalive.in
Sunday, December 14, 2025
23.1 C
Bhubaneswar

କନ୍ଧମାଳରେ ମେଘାଳୟ ଚାଷୀ, ହଳଦୀ ପ୍ରକ୍ରିୟାକରଣ ଶାଖା ବୁଲି ଦେଖିଲେ

ଫୁଲବାଣୀ: କନ୍ଧମାଳରେ ମେଘାଳୟ ଚାଷୀ। ଲାକଡ଼ୋଙ୍ଗ ହଳଦୀ ସହକାରୀ ସଂଘର ପ୍ରତିନିଧି ଦଳ ସହିତ ଚାଷୀମାନେ ଦୁଇ ଦିନିଆ ଭ୍ରମଣରେ ଆସି କନ୍ଧମାଳର କସମ ପରିଦର୍ଶନ କରିଛନ୍ତି। ସେମାନେ ଏଠାକାର ହଳଦୀ ଚାଷୀଙ୍କୁ ଭେଟି ଭାବବିନିମୟ କରିଛନ୍ତି। ମେଘାଳୟ ଚାଷୀ କିପରି ହଳଦୀ ଚାଷ କରୁଛନ୍ତି ଓ କନ୍ଧମାଳ ଚାଷୀ କିପରି ହଳଦୀ ଚାଷ କରୁଛନ୍ତି ସେ ଉପରେ ଆଲୋଚନା କରିଛନ୍ତି।

ମେଘାଳୟ ଓ ଓଡିଶାର ହଳଦୀ ଚାଷୀ ସମୁଦାୟଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ହଳଦୀ ମୂଲ୍ୟ ଶୃଙ୍ଖଳ ପରିଚାଳନା ଏବଂ ବଜାର ମୁଖୀ ପ୍ରୟାସ ସମ୍ପର୍କରେ ଅଭିଜ୍ଞତା ଆଦାନପ୍ରଦାନ କରିବା ଏହି ଭ୍ରମଣର ଉଦ୍ଦେଶ୍ୟ। କସମ ସମ୍ପାଦକ ସଞ୍ଜୀତ କୁମାର ପଟ୍ଟନାୟକ ଓ ପ୍ରକଳ୍ପ ପରିଚାଳକ ବି.ଭି. ଶଙ୍କରଙ୍କ ସହଯୋଗରେ ଭାବ ବିନିମୟ କାର୍ଯ୍ୟକ୍ରମ କରାଯାଇଥିଲା।

- Advertisement -

ମେଘାଳୟ ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସନିକ ଅଧିକାରୀ ମାକବୁଲ ଲିଙ୍ଗଡୋ ସୁଇଥାମ୍, ପ୍ରକଳ୍ପ ଅଧିକାରୀ ଡିମାଣ୍ଡ ସନ୍ ଲିଙ୍ଗଡୋ ଓ ତାଙ୍କ ପ୍ରତିନିଧିମାନେ ରହିଥିଲେ। ମେଘାଳୟରେ ଚାଷ ହେଉଥିବା ଲାକଡ଼ୋଙ୍ଗ ହଳଦୀ ବିଶ୍ୱବ୍ୟାପୀ ସବୁଠାରୁ ମୂଲ୍ୟବାନ୍ ମସଲା ମଧ୍ୟରେ ଅନ୍ୟତମ। ସେହିପରି କନ୍ଧମାଳ ହଳଦୀରେ ଔଷଧୀୟ ଗୁଣ ଅଧିକ ରହିଥିବାରୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ପ୍ରତିନିଧି ଦଳ ଫିରିଙ୍ଗିଆ ବ୍ଲକରେ ପରିଚାଳିତ ହଳଦୀ ପ୍ରସେସିଂ ପ୍ଲାଣ୍ଟ ପରିଦର୍ଶନ କରି  ପ୍ରାଥମିକ ଓ ଦ୍ୱିତୀୟ ପ୍ରକ୍ରିୟାକରଣ, ପୋଷ୍ଟ-ହାରଭେଷ୍ଟ ପ୍ରଣାଳୀ ପ୍ୟାକେଜିଂ, ନବୀନତା ବ୍ରାଣ୍ଡିଂ ଓ ସହକାରୀ ପରିଚାଳନା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଏହାଛଡ଼ା ସେମାନେ ଦାରିଙ୍ଗବାଡ଼ି ଭ୍ରମଣ କରି ସ୍ଥାନୀୟ ହଳଦୀ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories