www.samajalive.in
Saturday, December 6, 2025
17.1 C
Bhubaneswar

ଭାରତର ପ୍ରତିଶୋଧ ପରେ ପାକିସ୍ତାନ ଗଣମାଧ୍ୟମର ପ୍ରତିକ୍ରିୟା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଙ୍ଗଳବାର ସକାଳେ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା (ଏଲଓସି) ପାର ହୋଇ ଆତଙ୍କବାଦୀ କ୍ୟାମ୍ପକୁ ଧ୍ବଂସ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯୁଦ୍ଧ ବିମାନ ଆତଙ୍କବାଦୀ କ୍ୟାମ୍ପ ଉପରେ ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ପକାଇଥିଲା । ଏଥିରେ ବାଲାକୋଟ ଏବଂ ଚାକୋଠି ସମେତ ମୁଜାଫରବାଦରେ ଥିବା ବହୁ ଆତଙ୍କବାଦୀ ଶିବିର ଧ୍ଵଂସ ହୋଇଛି । ଭାରତର ପ୍ରତିଶୋଧ ପରେ ପାକିସ୍ତାନ ଗଣମାଧ୍ୟମରେ କ’ଣ ପ୍ରତିକ୍ରିୟା ପ୍ରକାଶ ପାଇଛି ଆସନ୍ତୁ ଜାଣିବା ।

ପାକିସ୍ତାନ ସମାଚାର ସାଇଟ ଡନରେ ପ୍ରକାଶ ପାଇଛି ଯେ, ମୁଜାଫରବାଦ ସେକ୍ଟରରେ ଭାରତୀୟ ବିମାନ ସୀମା ଉଲ୍ଲଂଘନ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପାକିସ୍ତାନ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଭାରତୀୟ ବିମାନ ସେଠାରୁ ପଳାଇ ଯାଇଥିଲେ । ଆହୁରି ମଧ୍ୟ ଲେଖା ହୋଇଛି ଯେ, ଏହାକୁ ନେଇ ନୂଆଦିଲ୍ଲୀରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବାଲାକୋଟରେ ବୋମା ପକାଇ ଯାଇଛି, ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ପାକିସ୍ତାନ ସେନାର ପ୍ରବକ୍ତା ମେଜର ଜେ​‌ନେରାଲ ଆସିଫ ଗଫୁର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

- Advertisement -

ପୁଲୱାମାରେ ୪୦ ଭାରତୀୟ ଯବାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମନୋମାଳିନ୍ୟ ବୃଦ୍ଧି ପାଇଛି । ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଭାରତ କହିଛି। କିନ୍ତୁ ଇସଲାମାବାଦ ଏହି ଅଭିଯୋଗକୁ ଖଣ୍ଡନ କରିଛି ବୋଲି ଡନରେ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ପାକିସ୍ତାନ ମେଜର ଜେନେରାଲ ଆସିଫ ଗଫୁର ଆକ୍ରମଣକୁ ସ୍ବୀକାର କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ, ଭାରତୀୟ ଯୁଦ୍ଧ ବିମାନ ଦୁଇଦେଶର ସୀମାକୁ ଉଲ୍ଲଂଘନ କରି ଆକ୍ରମଣ କରିଛି। ସେ ଆକ୍ରମଣର କେତେକ ଫଟୋଚିତ୍ର ଟୁଇଟରରେ ପୋଷ୍ଟ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories