www.samajalive.in
Friday, December 5, 2025
20.1 C
Bhubaneswar

ଶନିବାର ରାଶିଫଳ: ଏହି ରାଶିଙ୍କ ଭାଗ୍ୟ ଖୋଲିବ

ମେଷ: ରାଜଯୋଗ ଅଛି। ଉଚ୍ଚାସନ ମିଳିପାରେ। କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଶୁଭ କାର୍ଯ୍ୟ କରଣୀୟ। ସୁସ୍ଥ ରହିବେ।

ବୃଷ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ରାଜଦ୍ବାରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଠ ଓ କରିତ୍‌କର୍ମା ହେବେ।

- Advertisement -

ମିଥୁନ: କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ। ପରୋପକାରୀ ହେବେ।

କର୍କଟ: ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।

ସିଂହ: ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଜଳଯାତ୍ରାରେ ବିପଦ ରହିଛି। ସତର୍କରେ ଚଳିବାକୁ ପଡ଼ିବ।

କନ୍ୟା: ଜଣେ ସତ୍ୟନିଷ୍ଠ ସମାଜସେବୀଭାବେ ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଅହଂଭାବକୁ ବିସର୍ଜନ ଦେବାକୁ ପଡ଼ିବ। ଲୋକପ୍ରିୟ ହେବେ।

ତୁଳା: ଆୟର ସ୍ବଳ୍ପତା ଦୃଷ୍ଟିର ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃବନ୍ଧନ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା ମନୋଭାବର ହୋଇପାରନ୍ତି।

ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।

ଧନୁ: ଉଦାର ସ୍ବଭାବର ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ରହିଛି। ବୁଦ୍ଧିମାନ୍‌ ହେବେ।

ମକର: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଭକ୍ତିପୂର୍ଣ୍ଣ ଆଦର, ସମ୍ମାନ ମିଳିବ। ବିଦ୍ବାନ୍‌ ହେବେ।

କୁମ୍ଭ: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପରଦେଶ ବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ।

ମୀନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସଂଗ୍ରାମୀ ମନୋବୃତ୍ତିର ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ମୋକଦ୍ଦମାରେ ବିଜୟୀ ହେବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories