ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାକ୍ଷୀ ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମରେ ଆଜି ଭୋର୍ ୪ ଟା ବେଳେ ଘରେ କେହି ନଥିବାବେଳେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଘର ପୋଡ଼ି ନଷ୍ଟ ହେବା ସହ ପରିସରରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଗ୍ରାମର ଜି ରାଜେଶ୍ବରୀ ରେଡ୍ଡୀ ଏକୁଟିଆ ସାନ ଝିଅ ସହ ଉକ୍ତ ଭଙ୍ଗା ଦଦରା ଆଜବେଷ୍ଟସ ଘରେ ରହୁଥିବାବେଳେ ଗତ କିଛି ଦିନ ହେବ ରାତିରେ ପଡ଼ୋଶୀ ଘରେ ରହୁଥିବା ଜଣେ ସମ୍ପର୍କୀୟ ଘରେ ରହି ଆସୁଥିଲେ। ସବୁଦିନେ ପରି ଗୁରୁବାର ରାତିରେ ମଧ୍ୟ ପଡ଼ୋଶୀ ଘରେ ଶୋଇଥିବା ବେଳେ ରାତି ୩ ଟା ବେଳେ ଘରୁ ଧୂଆଁ ବାହାରୁଥିବା ଦେଖି ରାଜେଶ୍ବରୀଙ୍କୁ ଖବର ଦେଇଥିଲେ। ଏହି ସମୟରେ ରାଜେଶ୍ବରୀ ଘରେ ନଥିଲେ । ଖବରପାଇ ଘରେ ପହଞ୍ଚିବା ସମୟରେ ସବୁ ସାମଗ୍ରୀ ପୋଡି ଛାରଖାର ହୋଇଯାଇଥିଲା। ସାହି ବାସିନ୍ଦା ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ ଘଟଣା ନେଇ ବ୍ଲକ ପ୍ରଶାସନକୁ ଅବଗତ ପରେ ସରପଞ୍ଚ ଯଶୋବନ୍ତୀ ସେଠୀ ପହଞ୍ଚି ରାଜେଶ୍ବରୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି ।
Popular Categories



