www.samajalive.in
Friday, December 5, 2025
20.1 C
Bhubaneswar

ଥାନାକୁ ନା; ଗାଁ ସମିତି ସର୍ବମାନ୍ୟ

ଡେରାବିଶ: ସାଧାରଣତଃ ଗାଁ ଗଣ୍ଡଗୋଳ, ସାହି ବିବାଦ, ପାରିବାରିକ ହିଂସା କିମ୍ବା ଜମିଜମା ଗଣ୍ଡଗୋଳ ହେଲେ ଲୋକମାନେ ଥାନାକୁ ଯାଇଥାନ୍ତି। କେତେବେଳେ ତ୍ବରିତ ନ୍ୟାୟ ମିଳେ ତ ଆଉ କେତେକର ବିଳମ୍ବିତ ପ୍ରକ୍ରିୟା ଦେଖାଯାଇଥାଏ। ଅପରପକ୍ଷରେ ବହୁ ସମୟରେ ବାଦୀ ଓ ପ୍ରତିବାଦୀ ଦଲାଲମାନଙ୍କ ଦ୍ବାରା ଶୋଷଣର ଶିକାର ହୋଇଥାନ୍ତି। ଏଭଳି ସମସ୍ୟା ଯେପରି ଲୋକେ ନ ଭୋଗିବେ ସେଥିପାଇଁ ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ସରପଞ୍ଚଙ୍କ ପ୍ରୟାସ ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଏଠାରେ ଯେଉଁ ସବୁ ସମସ୍ୟା ଉପୁଜେ ପଞ୍ଚାୟତରେ ତାହାର ସମାଧାନ ହୁଏ। ପଞ୍ଚାୟତର ନ୍ୟାୟିକ କମିଟି ଯାହା ଫଇସଲା କରନ୍ତି ତାହାକୁ ଉଭୟ ପକ୍ଷ ମାନି ନିଅନ୍ତି। ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ମଧୁସ୍ମିତା ଜନସେବାକୁ ପ୍ରାଧାନ୍ୟ ଦେଉଛନ୍ତି। ଛୋଟମୋଟ ସମସ୍ୟା ନେଇ ଲୋକେ ଯେମିତି ଥାନାକୁ ନ ଯିବେ, ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ପଞ୍ଚାୟତର ବିଭିନ୍ନ ଗ୍ରାମର ମୁରବିମାନଙ୍କୁ ନେଇ ଏକ ନ୍ୟାୟିକ କମିଟି ଗଠନ କରିଛନ୍ତି। ଇତିମଧ୍ୟରେ ନ୍ୟାୟିକ କମିଟି ମାଧ୍ୟମରେ ୭୮୮ ସମସ୍ୟାର ସମାଧାନ ହୋଇସାରିଲାଣି। ଅର୍ଜୁନ ଚରଣ ନାୟକ, ଗୌରାଙ୍ଗ ଦାସ, ବିମ୍ବାଧର ବେହେରା, ବସନ୍ତ ମହଲା, ୟୁନୁସ ଖାନ, ବିଭୁ ତ୍ରିପାଠୀ, କ୍ଷୀରୋଦ ପରିଡା, ମିର୍ଜା ବାରଷୋ ଖାନ ପ୍ରମୁଖ କମିଟିର ସଦସ୍ୟ ରହିଛନ୍ତି। ସରପଞ୍ଚ ମଧୁସ୍ମିତା କହନ୍ତି, ତାଙ୍କ କାର୍ଯ୍ୟ କାଳ ଆଉ ଦେଢ଼ବର୍ଷ ରହିଛି। ପଞ୍ଚାୟତବାସୀଙ୍କ ସମର୍ଥନ ରହିଲେ କିଛି ଅଧୁରା କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିବ। ଏହି ଅବସରରେ ଗୁରୁବାର ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଦାସଙ୍କ
ଆହ୍ୱାନ କ୍ରମେ ନ୍ୟାୟିକ କମିଟି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସାଢେ ତିନିବର୍ଷ ଭିତରେ ହୋଇଥିବା ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରାଯିବା ସହ ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ଉପରେ ଆଲୋଚନା ହୋଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories