www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପି, ଡିଏମ୍‌କେ ସହ ମେଣ୍ଟ କରିବେନି ବିଜୟ

ମଦୁରାଇ: ତାମିଲ ଅଭିନେତା ବିଜୟଙ୍କ ନେତୃତ୍ବାଧୀନ ଦଳ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ। ଏହି ନିର୍ବାଚନରେ ଟିଭିକେ ଶାସକ ଡିଏମ୍‌କେ କିମ୍ବା ବିଜେପି ସହିତ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛି। ଗୁରୁବାର ମଦୁରାଇରେ ଅନୁଷ୍ଠିତ ନିଜ ଦଳର ରାଲିକୁ ସମ୍ବୋଧନ କରି ବିଜୟ ମେଣ୍ଟ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରିଛନ୍ତି। କାରଣ ବିଜେପି ତାଙ୍କ ପାଇଁ ଆଦର୍ଶଗତ ଶତ୍ରୁ ଓ ଡିଏମ୍‌କେ ରାଜନୈତିକ ଶତ୍ରୁ। ତେଣୁ ୨୦୨୬ ବିଧାନସଭା ନିର୍ବାଚନରେ ଏହି ଦୁଇ ଦଳ ସହିତ ସେ ମେଣ୍ଟ କରିବେ ନାହିଁ। ବିଜୟ କହିଛନ୍ତି ଯେ ସିଂହ ସବୁବେଳେ ସିଂହ। ତାଙ୍କର କୌଣସି ରାଜନୈତିକ ଅଭିଳାଷ ନାହିଁ। ତେଣୁ କାହାକୁ ଭୟ କରିବାର ନାହିଁ। ଦଳ ରାଜ୍ୟର ସମସ୍ତ ୨୩୪ଟି ଆସନରେ ପ୍ରାର୍ଥୀ ଦେବ। ଆଜିର ରାଲିରେ ବିପୁଳ ଜନସମାଗମ ଦେଖାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories