www.samajalive.in
Sunday, December 14, 2025
15.1 C
Bhubaneswar

ପୂର୍ଣ୍ଣ ଅନୁଦାନ ଦାବିରେ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା

ପାଟଣା: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ଅଗଷ୍ଟ ୧୮ ତାରିଖରୁ ପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ପାଟଣାର ୨୦୦୮ ରୁ ୨୦୧୮ ମସିହା  ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପୂର୍ଣ୍ଣ ଅନୁଦାନ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ସଂଘର ସଭାପତି ବିଶ୍ବରଂଜନ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଗତ ୮ତାରିଖ ଦିନ ଏକ ଦାବିପତ୍ର ପ୍ରଦାନ ସହ ତାହାର ନକଲ ଉଚ୍ଚଶିକ୍ଷା ମନ୍ତ୍ରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗ ର ସଚିବ ଏବଂ ଉଚ୍ଚଶିକ୍ଷା ନିର୍ଦ୍ଧେଶକ ଙ୍କୁ ପଠାଇବା ସହ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରିଥିଲେ।

ତେବେ ସରକାର ଅନୁଦାନ ସମ୍ପର୍କରେ କୌଣସି ନିଷ୍ପତି ନେଇ ନଥିବାରୁ ଗତ ୧୬ ରେ ୪ ହଜାରରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲେ। ଏହା ସତ୍ୱେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇ ପାରିଲା ନାହିଁ। ଅଗଷ୍ଟ ୧୮ ତାରିଖ ରୁ ପୂର୍ବ ଚେତାବନୀ ଅନୁସାରେ ୪୮୮ ଏବଂ ୬୬୨ ବର୍ଗ ର +୨ ଏବଂ +୩ ମହାବିଦ୍ୟାଳୟ ଗୁଡ଼ିକର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସମଗ୍ର ରାଜ୍ୟରେ  କାର୍ଯ୍ୟବନ୍ଦଆନ୍ଦୋଳନ କରିଛନ୍ତି। ସରକାର ଯେପର୍ଯ୍ୟନ୍ତ  ନୂତନ ଅନୁଦାନ ନୀତି ପାଇଁ କୌଣସି ନୀତିଗତ ନିଷ୍ପତି ନ ନେଇଛନ୍ତି। ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories