www.samajalive.in
Tuesday, December 9, 2025
17.1 C
Bhubaneswar

ପନିର ନୁଡ଼ୁଲ୍ସ

ଆବଶ୍ୟକ ସାମଗ୍ରୀ
କଟା ପିଆଜ – ୧ଟି
କଟା ସିମଲା ଲଙ୍କା – ୧ଟି
କଟା କଞ୍ଚା ଲଙ୍କା – ୩ଟି
ମ୍ୟାଗି – ଏକ ପକେଟ
କଟା ପନିର – ୧୦୦ ଗ୍ରାମ
କଟା ଟମାଟୋ – ୧ଟି
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର – ଅଳ୍ପ
ଟମାଟୋ ସସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେ ମ୍ୟାଗି ପକାଇ ସିଝାଇ ଦିଅନ୍ତୁ। ସିଝିବା ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ଏବେ ଏଥିରେ ସିମଲା ଲଙ୍କା, କଞ୍ଚା ଲଙ୍କା , ଟମାଟୋ , ଲୁଣ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଟମାଟୋ ଭଲ ଭାବେ ଭାଜି ହୋଇଗଲେ ଏଥିରେ ପନିର ପକାଇ ଭାଜନ୍ତୁ। ଏବେ ଏଥିରେ ସାମନ୍ୟ ପାଣି ଦେଇ ସିଝାଇ ଥିବା ମ୍ୟାଗି ଓ ମ୍ୟାଗି ମସଲା, ଧନିଆ ପତ୍ର ପକାଇ ୨ ରୁ ୩ ମିନିଟ ଗ୍ୟାସରେ ବସାନ୍ତୁ।ଏବେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ନୁଡ଼ୁଲ୍ସ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories