www.samajalive.in
Monday, December 8, 2025
20.1 C
Bhubaneswar

ପିଓକେରେ ଜୈଶ ଦୁର୍ଗ ଭୁଶୁଡ଼ିଲା

ନୂଆଦିଲ୍ଲୀ: ମଙ୍ଗଳବାର ଭୋର ୩ଟା ୩୦। ଏହି ସମୟରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ବୋମା ବର୍ଷା କରିଥିଲା। ୧୨ଟି ମିରାଜ ଲଢୁଆ ଯୁଦ୍ଧ ବିମାନ ସୀମାନ୍ତ ପିଓକେରେ ରହିଥିବା ଆତଙ୍କବାଦୀ ଶିବିରଗୁଡ଼ିକକୁ ଲକ୍ଷ୍ୟ କରି ବୋମା ବର୍ଷଣ କରିଥିଲେ। ପ୍ରାୟ ୧୦୦୦ କିଲୋଗ୍ରାମ ଓଜନର ବୋମା ଫିଙ୍ଗିଥିଲେ ୧୨ଟି ଯୁଦ୍ଧ ବିମାନ। ମାତ୍ର ୨୧ ମିନିଟର ଏହି ଅପରେଶନରେ ଜୈଶ ଆତଙ୍କବାଦୀ ସଂଗଠନର ବହୁ ଆତଙ୍କୀ ଶିବିର ଧ୍ଵଂସ ପାଇଥିଲାବେଳେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଫଳରେ ପିଓକେରେ ରହିଥିବା ଜୈଶର ଦୁର୍ଗ ଏକପ୍ରକାର ଭୁଶୁଡ଼ି ଯାଇଛି। ଏହି ପ୍ରତିଶୋଧ ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ମନେପକାଇ ଦେଇଥିବାବେଳେ ବିଭିନ୍ନ ଗଣମାଧ୍ୟମ ଏହାକୁ ସର୍ଜିକାଲ ଷ୍ଟ୍ରାଇକ ପାର୍ଟ-୨ ବୋଲି ଆଖ୍ୟା ଦେଇଛନ୍ତି।

ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଜୈଶ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏଥିରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେଇଏମ ଏହି ଆକ୍ରମଣ ଘଟାଇଥିବାରୁ ଭାରତ ପ୍ରତିଶୋଧ ନେବା ଲାଗି ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଚାପ ପକାଇ ଆସୁଛି। ପୂର୍ବରୁ ଏନକାଉଣ୍ଟର ଜରିଆରେ ଭାରତୀୟ ସେନା ଜୈଶ ସଂଗଠନର ୫ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି। କିନ୍ତୁ ପୁଲୱାମା ଆକ୍ରମଣର ୧୨ ଦିନ ପରେ ବାୟୁସେନାର ବିମାନ ଆକ୍ରମଣ ବଡ଼ ପ୍ରତିଶୋଧ ବୋଲି କୁହାଯାଉଛି। ସେହି ୨୧ ମିନିଟର ପ୍ରତିଶୋଧ ଜୈଶ ସଂଗଠନକୁ ଏକପ୍ରକାର ଧ୍ଵସ୍ତ ବିଧ୍ଵସ୍ତ କରିଦେଇଛି। ପିଓକେରେ ଲୁଚି ଜୈଶ ଆତଙ୍କବାଦୀ ଯେଉଁ ଆଡ୍ଡା ଜମାଇଥିଲେ ତାହାକୁ ଭାରତୀୟ ସେନା ନଷ୍ଟ କରିଦେଇଛି। ଆକ୍ରମଣରେ ଜୈଶର ଲଞ୍ଚପ୍ୟାଡ୍‌ ଏବଂ କଂଟ୍ରୋଲ ରୁମ୍‌ ଧ୍ଵଂସ ହୋଇଥିବାବେଳେ ପିଓକେ ରାଜଧାନୀ ମୁଜାଫରବାଦରେ ଥିବା ଆତଙ୍କୀ ଶିବିରଗୁଡ଼ିକ ଛାରଖାର ହୋଇଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories