www.samajalive.in
Monday, December 8, 2025
17.1 C
Bhubaneswar

ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ କେନ୍ଦ୍ରମନ୍ତ୍ରୀ ମନଶୁଖ୍ ଲକ୍ଷ୍ମଣଭାଇ ମାଣ୍ଡଭିୟା

ବଡସାହି : କେନ୍ଦ୍ର ସଡକ, ପରିବହନ ଓ ରାଜପଥ, ଜାହାଜ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନଶୁଖ୍ ଲକ୍ଷ୍ମଣଭାଇ ମାଣ୍ଡଭିୟା ବୁଧବାର ଦିନିକଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ସେ ମୟୂରଭଞ୍ଜ ଜିଲା ବଡସାହି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସୁଛନ୍ତି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀଯୁକ୍ତ ମାଣ୍ଡଭିୟା ପ୍ରଥମେ ଭୁବନେଶ୍ବର ବିଜୁପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ତାପରେ ପୂର୍ବାହ୍ନ ୧୧ଟାରେ ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲା, ବଡସାହି ବ୍ଲକ ମାଣତ୍ରୀ ଠାରେ ଥିବା ବଙ୍ଗଳା ପଡିଆରେ ଅବତରଣ କରିବେ। ସେଠାରେ ବିଜେପି ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେବେ। ତାପରେ ଅପରାହ୍ନ ସାଢେ ଗୋଟାଏ ମିନିଟରେ ସେଠାରୁ ଫେରି କଟକ ସଦର ଯୋଶପଦା ହାଡପଡିଆରେ ହେବାକୁ ଥିବା ଅନୁରୂପ ସଭାରେ ଯୋଗ ଦେବେ। ମାଣତ୍ରୀ ଠାରେ ହେବାକୁ ଥିବା ସଭାରେ ରାଜ୍ୟର ତୁଙ୍ଗ ନେତାଙ୍କ ସମେତ ଦଳର ଜିଲା କର୍ମକର୍ତ୍ତା ଯୋଗଦେବେ। ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories