www.samajalive.in
Thursday, December 11, 2025
16.1 C
Bhubaneswar

ୟୁରିଆ ସାର ବୋଝେଇ ପିକଅପ୍ ଜବତ

ଲଡୁଗାଁ: କଳାହାଣ୍ଡି ଜିଲ୍ଲାରେ କଳାବଜାରୀର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ ଆମପାଣି ବନ ବିଭାଗ ପକ୍ଷରୁ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ପେଟ୍ରୋଲିଂ କରୁଥିବାବେଳେ ଏକ ବେଆଇନ ୟୁରିଆ ସାର ବୋଝେଇ ପିକ୍‌ଅପ୍ ଭ୍ୟାନ୍ କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଡ୍ରାଇଭର ଜଣକ କୌଣସି କାଗଜପତ୍ର ଦେଖାଇ ପାରି ନଥିବାରୁ ସନ୍ଦେହ ଘେରକୁ ଆସିଥିଲା । ଯାହା ଫଳରେ ଗାଡ଼ିକୁ ଜବତ କରି ଆମପାଣି ଥାନାରେ ଜିମା ଦିଆଯାଇଛି। ବୁଧବାର ସକାଳେ କୋକସରା ଗୋଷ୍ଠୀ କୃଷି ଅଧୂକାରୀ ରାକେଶ ମାଝୀ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଧର୍ମଗଡ଼ ଛଞ୍ଚାଣବାହାଳୀ ଠାରୁ ନବରଙ୍ଗପୁର ଜିଲ୍ଲାକୁ ପିକଅପ୍ ଭ୍ୟାନ୍‌ ଯୋଗେ ୬୦ ବସ୍ତା ୟୁରିଆ ସାର ଚାଲାଣ ହେଉଥିବା ତଦନ୍ତ ପରେ ଜଣାପଡିଛି।  ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଏ ଅଞ୍ଚଳରେ ଆନ୍ତଃ ଜିଲ୍ଲା ସାର ଚୋରା ରାକେଟ ସକ୍ରିୟ ଅଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories