ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଉପରେ ଭାରତର ଆକ୍ରମଣ ପରେ ଭାରତ-ପାକିସ୍ତାନ ସୀମା ସମେତ ପାକିସ୍ତାନ ସୀମାନ୍ତ ଜିଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସେନାର ଆକ୍ରମଣ ଆଶଙ୍କାରେ ଭାରତୀୟ ବାୟୁସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସୀମାନ୍ତରେ ଥିବା ସମସ୍ତ ପ୍ରତିରକ୍ଷା ଶିବିର ଉପରେ କଡ଼ା ନଜର ରଖାଯାଇଛି। ସେନା ଏବଂ ବାୟୁସେନା ଶିବିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପାକିସ୍ତାନ ପକ୍ଷରୁ ପ୍ରତିଆକ୍ରମଣ କରାଗଲେ ଭାରତୀୟ ସେନା ଯେପରି କଡ଼ା ଜବାବ ଦେଇପାରିବ ସେନେଇ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଗୁଜରାଟରେ ହେବାକୁ ଥିବା ପୁଲିସ ମହାନିର୍ଦେଶକ(ଡିଜିପି) ସମ୍ମିଳନୀକୁ ବାତିଲ କରାଯାଇଛି।
ସେହିପରି ପଞ୍ଜାବ, ହିମାଚଳ ପ୍ରଦେଶରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ହିଣ୍ଡନ ଏୟାରବେସରେ ଡ୍ରୋନ ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି।



