www.samajalive.in
Friday, December 5, 2025
20.1 C
Bhubaneswar

୮ ଜିଲାରେ ୮୨୦୦ ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ୪୫୧୫ କୋଟି ଟଙ୍କାର ୧୯ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିଛନ୍ତି। ଅନୁମୋଦନ ଲାଭ କରିଥିବା ନିବେଶ ପ୍ରସ୍ତାବ ୮ ଜିଲାରେ କାର୍ଯ୍ୟକାରୀ ହେଲେ ୮୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏସବୁ ପ୍ରକଳ୍ପ ସବୁଜ ଶକ୍ତି, ଔଷଧ, ବର୍ଜ୍ୟ ପରିଚାଳନା, ପର୍ଯ୍ୟଟନ, ଜୈବ ଇନ୍ଧନ, ଇସ୍ପାତ, ଭିତ୍ତିଭୂମି, ଇଭି, ଆଇଟି, ଖାଦ୍ୟ/ପାନୀୟ ସହିତ ଜଡ଼ିତ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକ ପରେ ମିଳିଥିବା ସୂଚନା ଅନୁସାରେ ଆଇନକ୍ସ ସୋଲାର ‌େ‌ଢଙ୍କାନାଳରେ ୨୮୩ କୋଟି ଟଙ୍କା ବିନିଯୋଗରେ ବ୍ୟାଟେରି କାରଖାନା ଏବଂ ଜିନ୍ଦଲ ଷ୍ଟେନସେଲ ଲି. ଯାଜପୁରରେ ୯୦ କୋଟି ବିନିଯୋଗରେ ଗ୍ରିନ୍ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ସେହିପରି ରାୟପୁରସ୍ଥିତ କମ୍ପାନୀ ଗଞ୍ଜାମ ଜିଲାରେ ୭୫୦ କୋଟି ଟଙ୍କା ନିବେଶରେ ଏକ ସୋଲାର ସେଲ୍‌ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। କମ୍ପାନୀ ୫୧୫ ଜଣଙ୍କୁ ନିଯୁକ୍ତି ଦେବ। ଗ୍ରାଭିଟା ଇଣ୍ଡିଆ କମ୍ପାନୀ ୩୫୦ କୋଟି ଟଙ୍କା ନିବେଶ କରି ଅନୁଗୋଳରେ ଏକ ପୁନଃଚକ୍ରଣ କାରଖାନା ପ୍ରତିଷ୍ଠା କରି ୨୭୦ ଜଣଙ୍କୁ ନିଯୁକ୍ତି ଦେବ। ଷ୍ଟାରକ୍ୟାପ୍ସ ଗ୍ଲୋବାଲ ଏଲ୍‌ଏଲ୍‌ପି ୮୦ କୋଟି ଟଙ୍କା ବିନିମୟରେ ଖୋର୍ଦ୍ଧାରେ ଔଷଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ଜଗତସିଂହପୁରରେ ପଦ୍ମା ହସ୍ପିଟାଲିଟି ପକ୍ଷରୁ ତିନି ତାରକା ହୋଟେଲ ପାଇଁ ୬୦ କୋଟି, ଏସ୍‌ଏନ୍‌ଏମ୍‌ ହୋଟେଲ ଆଣ୍ଡ ରିସୋର୍ଟ ଚାରି ତାରକା ହୋଟେଲ ପାଇଁ ୯୨.୩୨ କୋଟି ଏବଂ ଓରିଶା ଷ୍ଟିଭେଡର୍ସ ଲି. ପାରାଦ୍ବୀପରେ ୨୧୧ କୋଟି ଟଙ୍କାରେ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ। ଭାଇବ୍ରାଣ୍ଟ ସ୍ପିରିଟ୍ସ ଲି. ପକ୍ଷରୁ ସୁନ୍ଦରଗଡ଼ରେ ୫୦ କୋଟି ଟଙ୍କା ବିନିମୟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ସହ ୭୨୫ ଜଣଙ୍କୁ ନିଯୁକ୍ତି ଦିଆଯିବ। ବେଟାବିଲ୍ଡସ୍ ଟେକ୍ନୋଲୋଜିସ ପକ୍ଷରୁ ୧୩୧.୫୫ କୋଟି ଟଙ୍କା ବିନିଯୋଗ କରାଯାଇ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ଏଠାରେ ୪୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

- Advertisement -

ସେହିପରି କୋଣାର୍କ ଇସ୍ପାତ ୯୯୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ାରେ କାରଖାନା ସମ୍ପ୍ରସାରଣ ସହିତ ୨ ହଜାର ଲୋକଙ୍କୁ ନିଯୁକ୍ତି ଦେବ। ସନକା ଅଟୋ ଗ୍ରୁପ୍ ଖୋର୍ଦ୍ଧାରେ ବାର୍ଷିକ ୧୦୦୦ ଇଭି ଉତ୍ପାଦନ ଲକ୍ଷ୍ୟରେ ୩୦୦ କୋଟି ଟଙ୍କା ନିବେଶ କରିବ। ଶ୍ରୀଟେକ୍ ଡାଟା ଲି. ଖୋର୍ଦ୍ଧାରେ ହାଇପରସ୍କେଲ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୫୦୧ କୋଟି ଟଙ୍କା ନିବେଶ କରି ୪୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବ। ୱେଷ୍ଟଏଜ୍ ଡାଟା ସେଣ୍ଟର ଖୋର୍ଦ୍ଧାରେ ଡାଟା ସେଣ୍ଟର ଓ ସାଟେଲାଇଟ୍ ଇଣ୍ଟରନେଟ ସେବା ପାଇଁ ୫୦ କୋଟି ଟଙ୍କା ନିବେଶ କରିବ। ଏସୋସିଏଟେଡ୍ ଆଲକୋହଲ୍ସ ଆଣ୍ଡ ବିୱେରିଜ୍ ଖୋର୍ଦ୍ଧାରେ ମଦ କାରଖାନା ପାଇଁ ୩୦୦ କୋଟି ଟଙ୍କା ବ୍ୟୟ କରିବ। ଏଠାରେ ୧୮୧୨ ଜଣଙ୍କୁ ନିଯୁକ୍ତ କରାଯିବ। ଅପରପକ୍ଷେ ଶ୍ରୀଜଗନ୍ନାଥ କ୍ୟାରିୟର୍ସ ଅନୁଗୋଳରେ ଲଜିଷ୍ଟିକ୍ ପାର୍କ ଓ ପଣ୍ୟାଗାର ପ୍ରତିଷ୍ଠା ପାଇଁ ୧୧୨ କୋଟି ଟଙ୍କା ନିବେଶ କରିବ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories