ସମାଜ ଡିଜିଟାଲ ଡେସ୍କ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଙ୍ଗଳବାରଠାରୁ ତିନିଦିନିଆ ରୁଷ୍ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ କାଳରେ ସେ ୨୬ତମ ଭାରତ-ରୁଷ୍ ଆନ୍ତ ସରକାରୀ କମିସନ ବୈଠକରେ ଯୋଗ ଦେବେ। ଏହି କମିସନ ବୈଠକରେ ବାଣିଜ୍ୟ, ଅର୍ଥନୀତି, ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ସାଂସ୍କୃତିକ ସମନ୍ବୟ ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ। ତେବେ ଜୟଶଙ୍କରଙ୍କ ଏହି ଗସ୍ତ ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଏହା ପୂର୍ବରୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଗତ ମାସରେ ରୁଷ୍ ଗସ୍ତ କରିଥିଲେ। ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଚଳିତବର୍ଷ ଶେଷ ଭାଗରେ ପୁଟିନ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।
Popular Categories



