ଭୁବନେଶ୍ବର : ୨୦୨୩ ବର୍ଷ ପାଇଁ ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଭଦ୍ରକର ଜନାବ୍ ସେକ୍ ଅନୱର ହୁସେନଙ୍କୁ ଅମଜଦ ନଜମୀ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ସେହିଭଳି କଟକର ଜନାବ୍ ଅବଦୁଲ ହକ୍ ବେତାବଙ୍କୁ ଡ଼ଃ କରାମତ ଅଲ୍ଲୀ କରାମତ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି। ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ଶ୍ରୀଯୁକ୍ତ ରଶ୍ମିକାନ୍ତ ରାହି ପୁରସ୍କାର ୨୦୨୩ କଟକର ଜନାବ୍ ସମିଉଲ୍ ହକ୍ ଶାକିରଙ୍କୁ ପ୍ରଦାନ କରାଯାଇଛି। ତାଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି।
Popular Categories



