www.samajalive.in
Thursday, December 11, 2025
13.1 C
Bhubaneswar

ଫିଟ୍‌ନେସ ପରୀକ୍ଷାରେ ସୂର୍ଯ୍ୟକୁମାର କୃତକାର୍ଯ୍ୟ 

ବେଙ୍ଗାଲୁରୁ: ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫିଟ୍‌ନେସ ପରୀକ୍ଷାରେ କୃତକାର୍ଯ୍ୟ  ହୋଇଛନ୍ତି। ଶନିବାର ବେଙ୍ଗାଲୁରୁସ୍ଥିତି ବିସିସିଆଇ ସେଣ୍ଟର ଅଫ୍‌ ଏକ୍ସେଲେନ୍‌ସ (ସିଓଇ)ରେ ସୂର୍ଯ୍ୟକୁମାରଙ୍କ ଫିଟ୍‌ନେସ ପରୀକ୍ଷା ନିଆ ଯାଇଥିଲା, ଯାହାକୁ ସେ ସଫଳତାର ସହ ପାର କରିଛନ୍ତି। ଶେଷଥର ଆଇପିଏଲ୍‌ ଖେଳି ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହେବା ପରେ ଜୁନ୍‌ରେ ସୂର୍ଯ୍ୟକୁମାରଙ୍କର ଜର୍ମାନୀର ମ୍ୟୁନିକ୍‌ସରେ ସ୍ପୋର୍ଟସ ହର୍ନିଆ ଅସ୍ତ୍ରୋପଚାର କରା ଯାଇଥିଲା। ସୁସ୍ଥହେବା ପରେ ସୂର୍ଯ୍ୟକୁମାର ସିଓଇ ଆସି ଅଭ୍ୟାସ କରୁଥିଲେ। ଭାରତୀୟ ଦଳ ପାଇଁ ଖେଳିବା ପାଇଁ ଫିଟ୍‌ନେସ ପରୀକ୍ଷାରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ଏବଂ ସୂର୍ଯ୍ୟକୁମାର ଫିଟ୍‌ ଘୋଷିତ ହୋଇଛନ୍ତି ବୋଲି ଶନିବାର ବିସିସିଆଇ ଘୋଷଣା କରିଛି। ଫଳରେ ସୂର୍ଯ୍ୟକୁମାର ଏସିଆ କପ୍‌ରେ ଭାରତୀୟ ଦଳର ନେତୃତ୍ବ ନେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ସେପ୍ଟେମ୍ବର ୯ରୁ ୟୁଏଇ​‌​‌ର ଏସିଆ କପ୍‌ ଆରମ୍ଭ ହେଉଥିବା ବେଳେ ୧୦ରେ ଆୟୋଜକ ୟୁଏଇ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ। ଆସନ୍ତା ୧୯ରେ ମୁମ୍ବଇରେ ଏସିଆ କପ୍‌ ପାଇଁ ଦଳ ମନୋନୟନ ପାଇଁ କମିଟିର ବୈଠକ ବସିବ। ଅଧିନାୟକ ଭାବେ ୩୪ ବର୍ଷ ବୟସ୍କ ସୂର୍ଯ୍ୟକୁମାର ଏହି ବୈଠକରେ ଯୋଗଦେବେ। ଗତ ଆଇପିଏଲ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଖେଳି ସୂର୍ଯ୍ୟକୁମାର ୭୧୭ ରନ୍‌ କରିଥିଲେ।

ଶିକ୍ଷକଙ୍କ ମଦ କାରବାର ନିଶା, ଦ୍ବିତୀୟ ଥର ଗିରଫ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories