www.samajalive.in
Thursday, December 11, 2025
13.1 C
Bhubaneswar

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ସିମ୍ପସନଙ୍କ ଦେହାନ୍ତ

ସିଡ୍‌ନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ତଥା ପ୍ରଶିକ୍ଷକ ବବ୍‌ ସିମ୍ପସନଙ୍କ ଶନିବାର ସିଡ୍‌ନୀରେ ଦେହାନ୍ତ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସିମ୍ପସନ କିଛି ଦିନ ହେବ ଅସୁସ୍ଥ ଥିଲେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି।
୧୬ ବର୍ଷ ବୟସରେ ସ୍ବର୍ଗତ ସିମ୍ପସନ ନ୍ୟୁ ସାଉଥ ୱେଲ୍‌ସ ପକ୍ଷରୁ ଭିକ୍ଟୋରିଆ ବିପକ୍ଷରେ ପ୍ରଥମଶ୍ରେଣୀ କ୍ରିକେଟ ପଦାର୍ପଣ କରିଥିଲେ। ୨୫୭ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୬୦ଟି ଶତକ ଓ ୧୦୦ଟି ଅର୍ଦ୍ଧଶତକ ସହ ୫୬.୨୦ ଆଭରେଜରେ ୨୧,୦୨୯ ରନ କରିଥିଲେ। ଏହାଛଡ଼ା ୩୪୯ଟି ୱିକେଟ ନେଇଥିଲେ। ସିମ୍ପସନ ୧୯୫୭ରୁ ୧୯୭୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୬୨ଟି ଟେଷ୍ଟ ମ୍ୟାଚ ଖେଳି ୧୦ଟି ଶତକ ଓ ୨୭ଟି ଅର୍ଦ୍ଧଶତକ ସହ ୪୬.୮୧ ଆଭରେଜରେ ୪୮୬୯ରନ କରିଥିଲେ। ୩୧୧ରନ ସର୍ବାଧିକ ସ୍କୋର ରହିଥିଲା। ସିମ୍ପସନ ୪୧ ବର୍ଷ ବୟସରେ ଅବସର ନେଇଥିଲେ। ୧୯୬୪ରେ ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ୧୩ ଘଣ୍ଟାରୁ ଅଧିକ ସମୟ ବ୍ୟାଟିଂ କରିବା ସହିତ ସେ ୩୧୧ ରନ କରିଥିଲେ। ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିବାରେ ସିମ୍ପସନ ପ୍ରଥମ ଅଧିନାୟକ ଥିଲେ। ୧୯୮୬ରୁ ୧୯୯୬ ପର୍ଯ୍ୟନ୍ତ ସିମ୍ପସନ ଅଷ୍ଟ୍ରେଲିଆ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ସ୍ବର୍ଗତ ସିମ୍ପସନଙ୍କ ପ୍ରଶିକ୍ଷଣରେ ଅଷ୍ଟ୍ରେଲିଆ ୧୯୮୭ରେ ପ୍ରଥମଥର ଦିନିକିଆ କ୍ରିକେଟ ବିଶ୍ବକପ ଜିତିଥିଲା। ଏହାଛଡ଼ା ୧୯୮୯ରେ ଇଂଲଣ୍ଡ ବିପକ୍ଷରେ ଆସେସ ଟେଷ୍ଟ ଶୃଙ୍ଖଳା ଓ ୧୯୯୫ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ଶୃଙ୍ଖଳା ବିଜୟ ପ୍ରଶିକ୍ଷକ ଭାବେ ସିମ୍ପସନଙ୍କର ବଡ଼ ସଫଳତା ଥିଲା। ସିମ୍ପସନ ୧୯୭୮ରେ ମେମ୍ବର ଅଫ ଦି ଅର୍ଡର ଅଷ୍ଟ୍ରେଲିଆ ଓ ୨୦୦୭ରେ ଅଫିସର ଅଫ ଦି ଅର୍ଡର ଅଷ୍ଟ୍ରେଲିଆ ସମ୍ମାନ ପାଇଥିଲେ। ଏହାଛଡ଼ା ୧୯୮୫ରେ ସ୍ପୋର୍ଟସ ହଲ୍‌ ଅଫ ଦି ଫେମ୍‌ ଅଷ୍ଟ୍ରେଲିଆ ଓ ୨୦୦୬ରେ ଅଷ୍ଟ୍ରେଲିଆ ହଲ୍‌ ଅଫ ଦି ଫେମ୍‌ରେ ସ୍ଥାନ ପାଇଥିଲେ। ବବ୍‌ ସିମ୍ପସନଙ୍କ ଦେହାନ୍ତରେ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ସିମ୍ପସନଙ୍କ ଦେହାନ୍ତ ପାଇଁ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଖେଳାଳିମାନେ କଳାପଟି ପିନ୍ଧି ଖେଳିଥିଲେ।

ଶିକ୍ଷକଙ୍କ ମଦ କାରବାର ନିଶା, ଦ୍ବିତୀୟ ଥର ଗିରଫ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories