www.samajalive.in
Monday, December 8, 2025
13.1 C
Bhubaneswar

ଏଲଭିସ ଯାଦବଙ୍କ ଘରକୁ ୨୫ ରାଉଣ୍ଡ ଗୁଳିମାଡ଼

ସମାଜ ଡିଜିଟାଲ ଡେସ୍କ: ୟୁଟ୍ୟୁବର ତଥା ବିଗବସ୍‌ ବିଜେତା ଏଲଭିସ ଯାଦବଙ୍କ ଘରକୁ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ଏଲଭିସଙ୍କ ଗୁରୁଗ୍ରାମ ସେକ୍ଟର ୫୭ସ୍ଥିତ ଘର ଉପରକୁ ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ଗୁଳିମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଘଟଣା ସମୟରେ ଏଲଭିସ ଘରେ ନ ଥିଲେ। ତେବେ ଏହି ଘଟଣାକୁ ନେଇ ଗୁରୁଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଗୁରୁଗ୍ରାମ ପୁଲିସର ପିଆରଓ ସନ୍ଦୀପ କୁମାରଙ୍କ ସୂଚନା ଅନୁସାରେ, ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଏହି ଗୁଳିମାଡ଼ କରିଥିଲେ। ଦୁଇ ଡଜନରୁ ଅଧିକ ଗୁଳି ମାଡ଼ କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଏଲଭିସଙ୍କୁ କ’ଣ ପାଇଁ ଟାର୍ଗେଟ କରାଯାଇଛି ତାହା ଜଣାପଡ଼ି ନାହିଁ।

- Advertisement -

ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ରେ ବଲିଉଡ୍ ଗାୟକ ରାହୁଲ ଫଜିଲପୁରିଆଙ୍କ କାରକୁ ଗୁଳିମାଡ଼ ହୋଇଥିଲା। ଆକ୍ରମଣ ସମୟରେ ଫଜିଲପୁରିଆ କାରରେ ଥିଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କର କୌଣସି କ୍ଷତି ହୋଇ ନ ଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories