www.samajalive.in
Saturday, December 13, 2025
27.1 C
Bhubaneswar

ବଢ଼ିଲା ମେଟ୍ରୋ ରେଳ ଅନିଶ୍ଚିତତା

ଭୁବନେଶ୍ବର: ଦେଶର ଯେଉଁସବୁ ରାଜ୍ୟରେ ମେଟ୍ରୋ ରେଳ ଚାଲୁଛି, ସେଠି ବହୁ କ୍ଷତିରେ ଚାଲୁଥିବାରୁ ସେଠାକାର ସରକାରଙ୍କୁ ଏବାବଦରେ କ୍ଷତିଭରଣା କରିବାକୁ ପଡୁଛି। ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ଏକ ପ୍ରତିନିଧି ଦଳ ମେଟ୍ରୋ ରେଳ ଚାଲୁଥିବା ରାଜ୍ୟଗୁଡ଼ିକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ। ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ଦେବା ପରେ ସରକାର ଏହାକୁ ତର୍ଜମା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ ସବ୍‌କମିଟି ବୈଠକ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ସମ୍ପର୍କରେ ଏଭଳି ବିବୃତି ରଖିବା ପରେ ଏହା ଉପରେ ରାଜନୀତି ଆରମ୍ଭ ହୋଇଛି। ରାଜ୍ୟରେ ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପ ଏକ ପ୍ରକାର ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ମେଟ୍ରୋ ରେଳ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯିବ। ପୂର୍ବ ସରକାର କେନ୍ଦ୍ର ସରକାରଙ୍କୁ କୌଣସି ପ୍ରସ୍ତାବ ଦେଇ ନଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ନୂଆ କରି ମେଟ୍ରୋ ରେଳ ପ୍ରକଳ୍ପ କରିବେ। ନୂଆ ଢାଞ୍ଚାରେ ମେଟ୍ରୋ ରେଳ ଚଳାଚଳ ପାଇଁ ଏକ ବୈଷୟିକ କମିଟି ଗଠନ ହେବ। ଏହି କମିଟି ବିଭିନ୍ନ ସହରକୁ ଯାଇ ମେଟ୍ରୋ ରେଳ ଚଳାଚଳ ସ୍ଥିତି ଅନୁଧ୍ୟାନ କରିବେ ଏବଂ ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବେ। ମନ୍ତ୍ରୀସ୍ତରୀୟ ସବ୍-କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। ବୈଠକରେ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି। କେଉଁ ଅଞ୍ଚଳରେ ମେଟ୍ରୋ ରେଳ ଲାଇନ୍‌ ଯିବ, କେଉଁ ଜାଗାରେ ପାର୍କିଂ ହେବ। ସାଧାରଣ ଲୋକଙ୍କ ମତାମତ ନେଇ ବୈଷୟିକ କମିଟି ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବ। ପୂର୍ବ ସରକାର ଆଣିଥିବା ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ହୋଇଛି। ପୂର୍ବ ନକ୍ସା ଅନୁସାରେ ମେଟ୍ରୋ ରେଳ ପ୍ରକଳ୍ପ କରାଯାଇଥିଲେ ସେସବୁ ରାସ୍ତା ଟ୍ରାଫିକ‌ ଭିଡ଼ ରହିଥାନ୍ତା। ମାଟି ପରୀକ୍ଷା ବେଳେ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଛି। ମେଟ୍ରୋ କାମ ଚାଲିଥିଲେ ସେସବୁ ରାସ୍ତା ବନ୍ଦ ହୋଇ ଯାଇଥାନ୍ତା।

- Advertisement -

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ବିଜେଡି ସରକାର ପୂର୍ବରୁ ସବୁ ପ୍ରସ୍ତୁତି ସାରିଥିଲେ। ପ୍ରକଳ୍ପ କାମ ମଧ୍ୟ ଆରମ୍ଭ ହୋଇଥିଲା; କିନ୍ତୁ ବିଜେପି ଶାସନକୁ ଆସିବା ପରେ ମେଟ୍ରୋ ରେଳ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି। ଦେଢ଼ ବର୍ଷ ଭିତରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ ସରକାରଙ୍କ କୌଣସି ସ୍ପଷ୍ଟତା ନାହିଁ, ତେଣୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମେଟ୍ରୋ ରେଳ ପ୍ରକଳ୍ପ ନେଇ ସ୍ପଷ୍ଟତା ଆଣିବା ପରିବର୍ତ୍ତେ ମିଛ କହୁଛନ୍ତି। କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ କହିଛନ୍ତି, ରାଜ୍ୟରେ ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ସରକାରଙ୍କ ୧୪ ମାସ ପରେ ମଧ୍ୟ ଏ ସମ୍ପର୍କରେ ବିଭିନ୍ନ ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ବୟାନ ସରକାରଙ୍କ ଆନ୍ତରିକତାକୁ ନେଇ ସଂଶୟ ସୃଷ୍ଟି କରିଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ବୟାନ ସବୁ ରାଜ୍ୟରେ ମେଟ୍ରୋ କ୍ଷତି ହେଉଛି ତାହା ବାସ୍ତବତା ନୁହେଁ। ଅନେକ ରାଜ୍ୟ ମଧ୍ୟ ଲାଭ କରୁଛି, ସେଥିପାଇଁ ସଠିକ ଯୋଜନା କାର୍ଯ୍ୟକାରୀ ହେବା ଆବଶ୍ୟକ। ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପାଖକୁ ରାଜ୍ୟ ସରକାର କାହିଁକି ପ୍ରସ୍ତାବ ଦେଇନାହାନ୍ତି ସେଥିନେଇ ଦଳ ପ୍ରଶ୍ନ କରିଛି।

https://www.facebook.com/watch/live/?share_url=https%3A%2F%2Fwww.facebook.com%2Fshare%2Fv%2F1LMcnYmkSR%2F&ref=watch_permalink&v=3142093629274450&rdid=ldlyT3fibS8J1n29

 

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories