www.samajalive.in
Saturday, December 6, 2025
23.1 C
Bhubaneswar

ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ପାଇଁ କମିଟି ଘୋଷଣା କଲେ ବାଚସ୍ପତି

ସମାଜ ଡିଜିଟାଲ ଡେସ୍କ: ଘରୁ ଟଙ୍କା ମିଳିବା ଘଟଣାରେ ଜଷ୍ଟିସ ଯଶଓ୍ବନ୍ତ ବର୍ମଙ୍କୁ ହଟାଇବା ଲାଗି ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ୧୪୬ ସାଂସଦଙ୍କ ଦସ୍ତଖତ ରହିଥିବା ଏହି ପ୍ରସ୍ତାବକୁ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିବା ସହିତ ମାମଲାର ତଦନ୍ତ ପାଇଁ ମଙ୍ଗଳବାର ୩ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ପି.ଭି. ଆଚାର୍ଯ୍ୟ ସଦସ୍ୟ ରହିଛନ୍ତି। କମିଟି ମାମଲାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବ ବୋଲି ବାଚସ୍ପତି କହିଛନ୍ତି। କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ଜଷ୍ଟିସ ବର୍ମାଙ୍କୁ ହଟାଯିବା ପ୍ରସ୍ତାବ ବିଚାରାଧୀନ ରହିବ।

ସୂଚନାଯୋଗ୍ୟ, ଜଷ୍ଟିସ ବର୍ମାଙ୍କୁ ହଟାଇବା ଲାଗି ସଂସଦ ପକ୍ଷରୁ ଆଭ୍ୟନ୍ତରୀଣ ଗୃହ କମିଟି ଗଠନ ପ୍ରସ୍ତାବକୁ ବର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏ ସମ୍ପର୍କିତ ପିଟିସନର ଶୁଣାଣି କରି ତାହାକୁ ଖାରଜ କରିଦେଇଥିଲେ। ଏହା ସହିତ ଆଭ୍ୟନ୍ତରୀଣ ଗୃହ କମିଟି ଗଠନର ବୈଧତାକୁ ବଜାୟ ରଖିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ସଂସଦ ପକ୍ଷରୁ ତଦନ୍ତ କମିଟି ଗଠନ ପାଇଁ ଘୋଷଣା କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories