www.samajalive.in
Saturday, December 6, 2025
14.1 C
Bhubaneswar

ବୁଲା କୁକୁର ଗୋଡ଼ାଇବାରୁ ସଫ୍ଟୱେୟାର ଇଞ୍ଜିନିୟର ହଟହଟା; ଅଜଣା ବ୍ୟକ୍ତିିଙ୍କ ଘରେ ପଶି ଚୋର ଆଖ୍ୟା ପାଇଲେ

ବେଙ୍ଗାଲୁରୁ: ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ରକ୍ଷା ପାଇବାକୁ ଉଦ୍ୟମ କରୁଥିବାବେଳେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ହଟହଟା ହୋଇଥିବା ଜଣାପଡିଛି। ବେଙ୍ଗାଲୁରୁ ସହରରେ ବାସ କରୁଥିବା ସଫ୍ଟୱେୟାର ଇଞ୍ଜିନିୟର ଜଣକ ନିଜର ଏହି ଅଭିଜ୍ଞତାକୁ ରେଡିଟ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତଦନୁଯାୟୀ ରବିବାର ରାତି ୧୧ଟା ସମୟରେ ଏଚଏସଆର ଲେଆଉଟ ଅଞ୍ଚଳରେ ସେ ଚାଲିଚାଲି ଘରକୁ ଆସୁଥିଲେ। ଏହି ସମୟରେ ଦଳେ ବୁଲା କୁକୁର ତାଙ୍କୁ ଗୋଡାଇଥିଲେ। କୁକୁର କାମୁଡାରୁ ବର୍ତ୍ତିବାକୁ ସେ ଦୌଡିବାକୁ ଲାଗିଲେ। କିଛି ବାଟ ପରେ ଗୋଟିଏ କାର୍‌ ନିକଟରେ ​‌େସ ଅଟକି ଯାଇଥିଲେ। କାର୍‌ ଉପରେ ଚଢିବେ ନା ନିକଟରେ ଥିବା ବାସଭବନର ଫାଟକ ଡେଇଁବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡିଥିଲେ। କୁକୁରଗୁଡିକ ପାଖେଇ ଆସିବାରୁ ସେ ଅନନ୍ୟୋପାୟ ହୋଇ ଫାଟକ ଡେଇଁ ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଘର ମାଲିକ, ତାଙ୍କ ପତ୍ନୀ ଓ କନ୍ୟା ବାହାରକୁ ଆସି ‘ଚୋର ଚୋର’ ବୋଲି ପାଟି କରିଥିଲେ। ଯୁବକ ଜଣକ ଆଗୁଆ କ୍ଷମାପ୍ରାର୍ଥନା କରିବା ସହ କୁକୁର ଗୋଡାଇଥିବା ପ୍ରସଙ୍ଗରେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନେ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ପ୍ରମାଣ ପାଇଁ ଯୁବକ ଜଣକ ସେମାନଙ୍କୁ ନିଜର ପରିଚୟ ପତ୍ର, ଆଧାର ଓ ପାନ୍‌କାର୍ଡ ଦେଖାଇଥିଲେ ସୁଦ୍ଧା ସୁଫଳ ମିଳିନଥିଲା। ଘର ମାଲିକ ତାଙ୍କ ଫୋନ ଛଡାଇ ନେଇଥିଲେ। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଉଭୟପକ୍ଷ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଶେଷରେ ଜଣେ ପଡୋଶୀ ସେଠାରେ ପହଞ୍ଚିଥିଲେ। ଶେଷରେ ପଡୋଶୀ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯିବାପରେ ସତ୍ୟାସତ୍ୟ ଜଣାପଡିଥିଲା। ଘର ମାଲିକ ଫୋନ ଫେରାଇବା ପରେ ଯୁବକ ଜଣକ ନିଜ ଘରକୁ ଫେରିଥିଲେ। ଏହି ଘଟଣାରେ ମର୍ମାହତ ଏହି ସଫ୍ଟୱେୟାର ଇଞ୍ଜିନିୟର ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୮୧ ଓ ୯୭କୁ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସଂଶୋଧନ କାର୍ଯ୍ୟକାରୀ ହେଲେ, କୌଣସି ବ୍ୟକ୍ତି ଆସନ୍ନ ବିପଦରୁ ରକ୍ଷା ପାଇବାକୁ ବିନା ଅନୁମତିରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ବାସଭବନରେ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories