www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ

ଗାଜା: ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ସାମିଲ ଅଛନ୍ତି। ଏମାନେ ହେଲେ ଆନାସ ଅଲ୍‌-ସରିଫ, ମହମ୍ମଦ କ୍ବେରିଖେ, ଇବ୍ରାହିମ ଜାହିର, ମୋମେନ ଆଲିୱା ଏବଂ ମହମ୍ମଦ ନୌଫାଲ। ଏମାନଙ୍କ ମଧ୍ୟରୁ ଇବ୍ରାହିମ, ମୋମେନ ଓ ନୌଫାଲ ହେଉଛନ୍ତି ଫଟୋ-ସାମ୍ବାଦିକ। ମୃତକମାନେ ଅଲ୍‌-ସିଫା ହସ୍ପିଟାଲ ସମ୍ମୁଖରେ ଥିବା ଏକ ତମ୍ବୁରେ ଆଶ୍ରୟ ନେଇଥିବାବେଳେ ଏଭଳି ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଆନାସ ଅଲ୍‌-ସରିଫ ପୂର୍ବରୁ ହମାସ୍‌ ଆତଙ୍କବାଦୀ ସଂଗଠନର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଅଲ୍‌ ଜଜିରା ଚ୍ୟାନେଲରେ ସାମ୍ବାଦିକ ଚାକିରି ପାଇଥିଲେ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବାବେଳେ ପ୍ରଥମ ଥର ଅଲ ଜଜିରା ସାମ୍ବାଦିକଙ୍କୁ ଟାର୍ଗେଟ କରାଯାଇଛି। ଅବଶ୍ୟ ଏହି ଯୁଦ୍ଧରେ ୨୦୦ରୁ ଅଧିକ ସାମ୍ବାଦିକଙ୍କର ପ୍ରାଣହାନି ଘଟିସାରିଲାଣି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories