www.samajalive.in
Sunday, December 14, 2025
18.1 C
Bhubaneswar

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଆଠଗଡ : ଓଡ଼ିଶା ରାଜସ୍ବ ଅମଲା ସଂଘର ଆହ୍ବାନ କ୍ରମେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧୧ ତାରିଖ ସୋମବାର ଠାରୁ ରାଜସ୍ବ ଅମଲାମାନେ ସମୁହ ଛୁଟି ନେଇ କାର୍ଯ୍ଯବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଠଗଡ ଉପଖଣ୍ଡର ସମସ୍ତ ରାଜସ୍ବ ଅମଲା ସୋମବାରଠାରୁ ସାମୁହିକ ଛୁଟି ନେଇ କାର୍ଯ୍ଯବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଫଳରେ ସମସ୍ତ ସରକାରୀ କାର୍ଯ୍ୟ ବିଶେଷକରି ଉପଜିଲ୍ଲାପାଳ ଓ ସମସ୍ତ ତହସିଲରେ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ବ୍ଲକ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯାଳୟରେ ମଧ୍ୟ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଓଡିଶା ଆଜସ୍ୱ ଅମଲା ସଂଘ ପକ୍ଷରୁ ଦୀର୍ଘ ଦିନ ହେବ ୧୦ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ ମଧ୍ୟ ସରକାରଙ୍କ ଟାଳଟୁଳ ନୀତି ଓ ପ୍ରତିଶ୍ରୁତି ରକ୍ଷା କରିବାରେ ଅବହେଳା ପ୍ରଦର୍ଶନ ପ୍ରତିବାଦରେ ଏହି ଚରମ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ଆଠଗଡ ଉପଖଣ୍ଡ ଶାଖା ପକ୍ଷରୁ କୁହାଯାଇଛି ।

ଜିଲ୍ଲାସ୍ତରରେ କାର୍ଯ୍ୟରତ ଅମଲା ମାନଙ୍କ ମୂଳ ଦରମା ଓଏସଆରପି ୨୦୧୭ ଅନୁଯାୟୀ ଲେଭେଲ ୯ କୁ ବୃଦ୍ଧି କରିବା, ଜିଲ୍ଲାପାଳମାନଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ରାଜସ୍ବ ଅମଲାଙ୍କ ପାଇଁ ନୂତନ ପଦବୀ ସୃଷ୍ଟି ସହିତ ପଦବୀ ପୁନର୍ଗଠନ କରିବା ଆଦି ୧୦ ଦଫା ଦାବିକୁ ନେଇ ଜୁଲାଇ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜସ୍ବ ଅମଲାମାନେ କଳାବ୍ୟାଚ ପରିଧାନ କରି ସ୍ୱାଭାବିକ କାର୍ଯ୍ୟ କରିଥିଲେ । ସେତେବେଳେ ରାଜ୍ୟ ସରକାର ଦାବିଗୁଡିକ ଉପରେ ବିଚାର କରି ସେଗୁଡିକ ପୂରଣ ଲାଗି ୧୫ ଦିନ ସମୟ ନେଇଥିଲେ। ତେବେ ୧୫ ଦିନ ପରିବର୍ତ୍ତେ ଏକମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ରାଜସ୍ବ ଅମଲାମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥି ଯୋଗୁଁ ବିଭିନ୍ନ ବିଭାଗରେ ସମସ୍ତ ସରକାରୀ ଠପ୍ ହୋଇଥିବାବେଳେ ସାଧାରଣ ଲୋକ ମଧ୍ୟ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ସଂଘର ଆଠଗଡ ଉପଖଣ୍ଡ ଶାଖା ସଭାପତି ଅନୁଜ କୁମାର ବେହେରା, ସମ୍ପାଦକ ଦିନେଶ କୁମାର ବେହେରା, କୋଷାଧ୍ୟକ୍ଷ ସରୋଜ କୁମାର ମହାନ୍ତି, ସଂଘର ନେତା ଶ୍ରୀନିବାସ ଧଳସାମନ୍ତ, ସୂର୍ଯ୍ୟମଣି  ସାହୁ, ବିଜୟଲକ୍ଷ୍ମୀ ମଲ୍ଲିକ, ନିରଞ୍ଜନ ବେହେରା ଓ ଜ୍ଯୋତିରଞ୍ଜନ ପରିଡାଙ୍କ ନେତୃତ୍ବରେ ଆଠଗଡ ଓ ତିଗିରିଆ ବ୍ଲକରେ କାର୍ଯ୍ୟରତ ସମସ୍ତ ରାଜସ୍ବ ଅମଲା କାର୍ଯ୍ୟରତ ଆନ୍ଦୋଳନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories