www.samajalive.in
Monday, December 15, 2025
26.1 C
Bhubaneswar

ପ୍ରିୟଙ୍କା ଗାନ୍ଧୀ ନିଖୋଜ: ଏତଲା ଦେଇ ଏମିତି ଅଭିଯୋଗ ଆଣିଲା ବିଜେପି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ନେତ୍ରୀ ତଥା ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ନିଖୋଜ ଥିବା ନେଇ ଅଭିଯୋଗ କରିଛି ବିଜେପି। ଏ ନେଇ କେରଳ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ମୁକୁନ୍ଦନ ପଲ୍ଲିୟାରା ଓ୍ବାୟନାଡ ଜିଲା ଏସପିଙ୍କୁ ଏତଲା ଦେଇ ପ୍ରିୟଙ୍କାଙ୍କୁ ଖୋଜିବା ଲାଗି ଦାବି କରିଛି।

ମୁକୁନ୍ଦ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଗତ ୩ମାସ ଧରି ଓ୍ବାୟନାଡରୁ ଗାୟବ ହୋଇଯାଇଛନ୍ତି। ଚୁରଲମାଲାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ସେ ଆସି ନ ଥିଲେ, ଯେଉଁଥିରେ ଶତାଧିକ ଲୋକଙ୍କ ଜୀବନ ହାନି ହୋଇଥଦିଲା। ସାଂସଦ ପ୍ରିୟଙ୍କାଙ୍କୁ କୌଣସି ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳିଲା ନାହିଁ। ଓ୍ବାୟନାଡ ରାଜ୍ୟର ସବୁଠୁ ଆଦିବାସୀ ବହୁଳ ଅଞ୍ଚଳ। ତଥାପି ଆଦିବାସୀ ସମୁଦାୟଙ୍କ ସମସ୍ୟାର ସମାଧାନ ଲାଗି ସାଂସଦ ଆସିଲେ ନାହିଁ।

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ତଥା ଥ୍ରୀଶୂର ସାଂସଦ ସୁରେଶ ଗୋପୀ ନିଜ ନିର୍ବାଚନ ମଣ୍ଡଳକୁ ଆସୁ ନ ଥିବାରୁ କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇ ତାଙ୍କୁ ଖୋଜିବାକୁ ଦାବି କରାଯାଇଥିଲା। ଏହା ପରେ ବିଜେପି ପକ୍ଷରୁ ଅନୁରୂପ ପଦକ୍ଷେପ ନିଆଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories